(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଉଦ୍‌ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବାଲିଯାତ୍ରାର ଅତୀତର ଗୌରବ ଗାଥାକୁ ମନେ ପକାଇଛନ୍ତି। ସାଧବ ପୁଅଙ୍କ ବୋଇତ ଯାତ୍ରାର ସ୍ମୃତିଚାରଣ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ମହାନଦୀପଠାରେ ଆୟୋଜିତ ହେଉଛି ଐତିହାସିକ ବାଲିଯାତ୍ରା। ଚଳିତବର୍ଷ ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୪୭ ଏକର ଜାଗାରେ ବାଲିଯାତ୍ରା ଆୟୋଜନ କରାଯାଉଛି।

ଉପର ପଡ଼ିଆରେ ୩୭ ଏକର ଏବଂ ତଳ ପଡ଼ିଆର ୧୦ ଏକର ଜାଗାରେ ଏହି ବରାଟ ମେଳା ବସୁଛି। ଏହି ମେଳାରେ ପ୍ରାୟ ୧୪୦୦ ଷ୍ଟଲ ପଡ଼ିଛି। ବାଲିଯାତ୍ରାକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେଡି ନେତା ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Comment