ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ତମ ଜନ୍ମଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମେତ ଅନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଟ୍ବିଟ କରି ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ‘ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି’ ଲେଖି ମୋଦି ଟ୍ବିଟ କରିଥିବା ବେଳେ ରାଜନାଥ ସିଂହ ‘ନେହେରୁ ଦେଶ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହାକୁ ଭୁଲି ହେବ ନାହିଁ’ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଏପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୮୯ ନଭେମ୍ବର ୧୪ରେ ପଣ୍ଡିତ ନେହେରୁ ଉତ୍ତରପ୍ରଦେଶର ଆହ୍ଲାବାଦ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରାଯାଉଛି।

ଓଡ଼ିଶାରେ ମଧ୍ୟ ପଣ୍ଡିତ ନେହେରୁଙ୍କ ଜନ୍ମଦିନକୁ ଧୁଧାମରେ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଆଜି କଳିଙ୍ଗ ଷ୍ଟାଡିୟମରୁ ଜନତାମଇଦାନ ପର୍ଯ୍ୟନ୍ତ ମିନି ମାରାଥନ୍ ଆୟୋଜନ କରାଯାଇଥିଲା।

 

Comment