ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର-୨୦ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ପାଇଁ ସୋମବାରଠୁ ଅନଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨୮୦୦ ଟିକେଟ ବିକ୍ରି ହୋଇଛି।

ଡିସେମ୍ବର-୨୦ରେ ବାରବାଟୀରେ ଖେଳାଯିବ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ। ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି।  ଏହି ମ୍ୟାଚ ପାଇଁ ଆଜିଠୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨୮୦୦ ଟିକେଟ ବିକ୍ରି ହୋଇଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି।

ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି, “ଏଥର ୯୧୩୦ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହେଊଛି। ଗତବର୍ଷ ୮୩୧୦ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହୋଇଥିଲ।”

www.get2thegames.com ବସାଇଟ୍‌ରେ ଟିକେଟ ଗୁଡିକ ଉପଲବ୍ଦ ହେଉଛି। ଅନ୍‌ଲାଇନ୍‌ରେ ଟିକେଟ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ୍‌ ସ୍କୁଲ୍‌ ପାଖରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ। ଡିସେମ୍ବର ୧୪ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ।

ମୋଟ ୩୨,୪୦୩ ଟିକେଟ ଛପାଯାଉଥିବାବେଳେ ୨୨,୦୪୧ ଟିକେଟ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ବାକି ୧୦,୩୬୨ ଟିକେଟ ବିସିସିଆଇ ପ୍ରାୟୋଜକ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ରହିବ। ବିଭିନ୍ନ ଗ୍ୟାଲେରୀ ପାଇଁ ୪୦୦ ଟଙ୍କାରୁ ନେଇ ୧୦୦୦ ଟଙ୍କା ଯଏ ଧର୍ଯ୍ୟ କରାଯାଇଛି।

ଆସନ୍ତା ୧୪ ତାରିଖ ସକାଳ ୯ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ତିନୋଟି କାଉଣ୍ଟରରେ ସମସ୍ତ ଟିକେଟ ଗୁଡ଼ିକ ବିକ୍ରି ହେଉଛି। ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାର୍‌କୋଡ୍‌ ଓ ହୋଲୋଗ୍ରାମ୍‌ ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

 

Comment