ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ପହିଲାରେ ପରଦାକୁ ଆସିବ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’। ହେଲେ ଏହା ଭାରତରେ ନୁହେଁ, ଲଣ୍ଡନରେ ହେବ ରିଲିଜ। ଫିଲ୍ମର ଗୋଟିଏ ସଟ୍‌ କଟା ନଯାଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏନେଇ ବ୍ରିଟେନ୍ ସେନସର୍ ବୋର୍ଡ ପଦ୍ମାବତୀ ଫିଲ୍ମ ରିଲିଜ ପାଇଁ ଦେଇଛନ୍ତି ପ୍ରମାଣପତ୍ର। ଭାରତୀୟ ସେନସର ବୋର୍ଡ ରିଲିଜ ପାଇଁ ଅନୁମତି ଦେଇ ନଥିବା ବେଳେ ଲଣ୍ଡନରେ ଏହି ଫିଲ୍ମ ରିଲିଜ ହେବା ନେଇ ପୁଣି ବିତର୍କ ଆରମ୍ଭ ହୋଇଛି। ଫିଲ୍ମକୁ ଦେଖିବା ପରେ ବ୍ରିଟିଶ ବୋର୍ଡ ଅଫ୍ ଫିଲ୍ମ କ୍ଲାସିଫିକେସନ୍ ୧୨ ଏ ରେଟିଙ୍ଗ ସହ ସାର୍ଟିଫିକେଟ ଦେଇଛନ୍ତି।

ଏପଟେ ପଦ୍ମାବତୀକୁ ନେଇ ଭାରତରେ ବିବାଦ ତୀବ୍ରତର ହେଉଛି। ନଭେମ୍ବର ୩୦ ତାରିଖରେ ସଂସଦୀୟ କମିଟି ସାମ୍ନାରେ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କୁ ହାଜିର ହେବାକୁ କୁହାଯାଇଛି। ସେହିପରି ହରିୟାଣା କ୍ୟାବିନେଟରେ ଏହି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମଧ୍ୟ ଫିଲ୍ମକୁ ସମାଲୋଚନା କରିଛନ୍ତି। ଏହାସହ କର୍ଣ୍ଣି ସେନା ଏବଂ ବ୍ରହ୍ମଣ ମହାସଭା ମଧ୍ୟ ଫିଲ୍ମକୁ ନେଇ ଆପତ୍ତି ଉଠାଇଛନ୍ତି।

ଫିଲ୍ମ ରିଲିଜ ହେଲେ ‘ପଦ୍ମାବତୀ’ ନାୟିକା ଦୀପିକା ପାଦୁକୋନଙ୍କ ନାକ କାଟିବା ପାଇଁ କର୍ଣ୍ଣି ସେନା ଧମକ ଦେଇଥିଲା। ଫିଲ୍ମରେ ରାଜପୁତ ଇତିହାସକୁ ବିକୃତ କରାଯାଇଥିବାରୁ ବିବାଦ ଲାଗି ରହିଛି।

 

Comment