ଓଡ଼ିଶାଲାଇଭ୍ ବ୍ୟୁରୋ

ସାତ ଜନ୍ମର ସାଥୀ ପାଲଟିଛନ୍ତି ବିରାଟ – ଅନୁଷ୍କା। ଇଟାଲୀର ବୋର୍ଗୋ ଫିନୋଚିତୋ ରସୋର୍ଟରେ ଶେଷ ହୋଇଛି ଏହି ବାହାଘର। ହେଲେ ଏହି ବାହାଘରକୁ ସିକ୍ରେଟ ରଖିଥିଲେ ବିରାଟ – ଅନୁଷ୍କା। ଏହି ହାଇପ୍ରୋଫାଇଲ ବାହାଘର କାହିଁକି ସିକ୍ରେଟ ରହିଲା ତାକୁ ନେଇ କ୍ରିକେଟ ଜଗତରୁ ବଲିଉଡ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର୍ ଧରିଛି।

ଇଟାଲୀର ନାମଜାଦା ରିସୋର୍ଟ ବୋର୍ଗୋ ଫିନୋଚିତୋରେ ବାହା ହୋଇଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ହେଲେ ଏହି ହାଇପ୍ରୋଫାଇଲ୍‌ ବାହାଘର ରହିଥିଲା ସିକ୍ରେଟ। ବିରାଟ-ଅନୁଷ୍କାଙ୍କ ବାହାଘର ବିଷୟରେ କେହି ବି ଟେର୍ ପାଇ ନଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧି ବି କିଛି ଜାଣିପାରି ନଥିଲେ।

ବିରାଟ-ଅନୁଷ୍କା ବାହାଘର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ନାୟିକା ଅନୁଷ୍କା ଶର୍ମା କାହିଁକି ତାଙ୍କ ବାହାଘରକୁ ସିକ୍ରେଟ ରଖିଲେ ତାକୁନେଇ ଚର୍ଚ୍ଚା ଥମୁନି। କୁହାଯାଉଛି ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ ଦେବା ପାଇଁ ବାହାଘର ସିକ୍ରେଟ ରହିଥିଲା। ହେଲେ ଜାତୀୟ ଗଣମାଧ୍ୟମରେ ଏହି ସିକ୍ରେଟ ବାହାଘରକୁ ନେଇ କିଛି ଭିନ୍ନ ଚର୍ଚ୍ଚା ହେଉଛି।

ମିଡିଆରୁ ଦୂରେଇ ରହିବା

ଭାରତର ଟପ୍‌ ସେଲିବ୍ରିଟି ତାଲିକାର ଶୀର୍ଷରେ ରହିଛନ୍ତି ବିରାଟ-ଅନୁଷ୍କା। ଗତ ୪ ବର୍ଷ ହେଲା ଉଭୟଙ୍କ ସମ୍ପର୍କକୁ ନେଇ ଭାରତୀୟ ଗଣମାଧ୍ୟମରେ ରୋଚକ ଚର୍ଚ୍ଚା ହେଉଥିଲା। ଯଦି ବିରାଟ-ଅନୁଷ୍କା ଭାରତରେ ବାହା ହୋଇଥାନ୍ତେ ତାହାଲେ ବିଭିନ୍ନ ଗଣମାଧ୍ୟମ ବାହାଘରର ୪ ଦିନ ପୂର୍ବରୁ କଭରେଜ ଆରମ୍ଭ କରି ଦେଇଥାନ୍ତେ। ଆଉ କିଛି ଗଣମାଧ୍ୟମ ବାହାଘରର ଲାଇଭ ଟେଲିକାଷ୍ଟ ବି କରିଥାନ୍ତେ। ଏଥିପାଇଁ ବିରାଟ-ଅନୁଷ୍କାଙ୍କୁ ମିଡିଆ ମ୍ରାନେଜ କରିବାକୁ ପଡ଼ିଥାନ୍ତା। ଏଥରୁ ରକ୍ଷା ପାଇବା ପାଇଁ ଉଭୟ ଇଟାଲୀରେ ଚୁପଚାପ ବାହା ହୋଇଯାଇଥିବା ଚର୍ଚ୍ଚା ହେଉଛି।

ଆଦିତ୍ୟ ଚୋପ୍ରାଙ୍କ ରାସ୍ତାରେ ଗଲେ ଅନୁଷ୍କା

ଅନୁଷ୍କା ଏବଂ ଆଦିତ୍ୟ ଚୋପ୍ରା ହେଉଛନ୍ତି ଘନିଷ୍ଠ ବନ୍ଧୁ। ଉଭୟ ଉଭୟଙ୍କୁ ସେମାନଙ୍କ ବ୍ୟକ୍ତିଗତ କଥା ସେୟାର କରିଥାନ୍ତି। ବିରାଟ-ଅନୁଷ୍କାଙ୍କ ସମ୍ପର୍କରେ ଯେତେବେଳେ ଫାଟ ହୋଇଥିଲା ସେତେବେଳେ ଆଦିତ୍ୟ ହିଁ ସମସ୍ୟାର ସମାଧାନ କରିଥିଲେ। ଆଦିତ୍ୟ ମଧ୍ୟ ପର୍ସନାଲ ଲାଇଫ୍‌କୁ ନେଇ ବହୁତ ସଂଜତ। ଏଣୁ ସେ ୨୦୧୪ରେ ରାଣୀ ମୁଖାର୍ଜୀଙ୍କୁ ଚୁପ୍‌ଚାପ ବିବାହ କରିଥିଲେ। ପରେ ଫଟୋ ସେୟାର କରି ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏଣୁ ଆଦିତ୍ୟ ଚୋପ୍ରାଙ୍କ ପରି ଅନୁଷ୍କା ମଧ୍ୟ ତାଙ୍କ ବାହାଘରକୁ ସିକ୍ରେଟ ରଖିବାକୁ ମନସ୍ଥ କରିଥିବା କୁହାଯାଉଛି।

ଟିମ୍‌ ଇଣ୍ଡିଆକୁ ଡିଷ୍ଟର୍ବ କରିବାକୁ ଚାହୁଁ ନଥିଲେ କ୍ୟାପ୍ଟେନ୍

ଭାରତୀୟ କ୍ରିକେଟ ଟିମ୍‌ ଏବେ ଶ୍ରୀଲଙ୍କା ସହ ଦିନିକିଆ ମ୍ୟାଚରେ ବ୍ୟସ୍ତ ରହିଛି। ଏତିକି ବେଳେ ଯଦି ବିରାଟ ଭାରତରେ ବାହା ହୋଇଥାନ୍ତେ ତାହାଲେ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ବାହାଘରକୁ ଆମନ୍ତ୍ରିତ କରିବାକୁ ପଡ଼ିଥାନ୍ତା। ଏଣୁ ବାହାଘର ପାଇଁ ଭାରତୀୟ ଖେଳାଳିଙ୍କୁ ଡିଷ୍ଟର୍ବ କରିବାକୁ ଚାହୁଁ ନଥିଲେ ବିରାଟ କୋହଲି।

ପର୍ସନାଲ ଲାଇଫ୍‌ ବାହାରେ ପରିପ୍ରକାଶ କରିବାକୁ ଚାହୁଁ ନଥିଲେ ବିରାଟ

କ୍ରିକେଟ ମଇଦାନରେ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କ ନିଦ ହଜାଇ ଦେଉଥିଲେ। ହେଲେ ଏହି ଆକ୍ରମଣାତ୍ମକ ବ୍ୟଟ୍ସମ୍ୟାନ୍ ପର୍ସନାଲ ଲାଇଫକୁ ନେଇ ବହୁତ ସିରିୟସ। ସେ ତାଙ୍କ ପର୍ସନାଲ ଲାଇଫରେ କଣ କରୁଛନ୍ତି ଏବଂ କଣ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ବିରାଟ କିଛି ବି କହୁ ନଥିଲେ। ଯାହା କରୁଥିଲେ ସବୁ ସିକ୍ରେଟରେ ଚାଲୁଥିଲା। ଏପରିକି ଅନୁଷ୍କାଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ। ଏଣୁ ସେ ଭାରତରେ ବାହା ନହୋଇ ସିଧା ଇଟାଲୀ ପଳାଇଥିଲେ।

Comment