ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ତଲାକ୍‌କୁ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଚଳିତ ଶୀତ ଅଧିବେଶନରେ ସଂସଦରେ ଏ ସମ୍ପର୍କୀତ ବିଲ୍‌ ପାସ୍‌ କରିବାକୁ ପ୍ରସ୍ତୁତ ହୋଇଛନ୍ତି ସରକାର। ଶୁକ୍ରବାର ଏହି ବିଲ୍‌ରେ ବାଜିଛି କ୍ୟାବିନେଟ୍ ମୋହର।

ତିନି ତଲାକ୍‌କୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋଦି ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ତିନି ତଲାକ୍ ବିରୋଧରେ ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର କଡ଼ା ଆଇନ୍ ଆଣିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତୀୟ ବିଲ୍‌ରେ ଆଜି କ୍ୟାବିନେଟ୍ ମୋହର ବାଜିଛି।

ସଂସଦରେ ଏହି ବିଲ୍‌ ପାସ୍‌ ହେବା ପରେ ଯଦି କୌଣସି ପୁରୁଷ ତାର ସ୍ତ୍ରୀକୁ ତିନି ତଲାକ୍‌ କୁହେ ତାହାଲେ ଏହାକୁ ଗୁରୁତର ଅପରାଧ ଭାବେ ଗ୍ରହଣ କରାଯିବ। ଏହାସହ ସେହି ବ୍ୟକ୍ତିକୁ ୩ ବର୍ଷ ଜେଲ୍ ଯିବାକୁ ପଡ଼ିବ।

ଏହି ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ଅବସରରେ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି। କହିଛନ୍ତି, ସୁପ୍ରିମକୋର୍ଟ ତିନି ତଲାକ୍‌କୁ ଅସିଦ୍ଧ ଘୋଷଣା କରିବା ପରେ ବି ଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଛି। ତିନି ତଲାକ୍ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ନିୟମ ପ୍ରଣୟନ କରାଯାଇ ନଥିଲା। ଏସବୁ ଘଟଣାକୁ ଦୃଷ୍ଟିରେ ରଖି ସରକାର କଡ଼ା ଆଇନ୍ ଆଣିବାକୁ ପଦକ୍ଷେପ ନେଇଛନ୍ତି।

ତିନି ତଲାକ୍ ପ୍ରସଙ୍ଗରେ ଆଇନ୍ ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା କଣ ତାହା ଜାଣିବା ପାଇଁ ଚାହିଁଥିଲେ କେନ୍ଦ୍ର ସରକାର। ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ରିପୋର୍ଟ ମଗା ଯାଇଥିଲା। ଏଥିରେ ଆସାମ, ଝାଡଖଣ୍ଡ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ରାଜି ହୋଇଛନ୍ତି। ଏହି ନିୟମ ଜାମ୍ମୁ-କାଶ୍ମୀରକୁ ଛାଡ଼ି ଅନ୍ୟ ରାଜ୍ୟମାନଙ୍କରେ ଲାଗୁ କରାଯିବ।

LEAVE A REPLY

Please enter your comment!
Please enter your name here