ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ। ଏ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।ସପ୍ତମ ବେତନ କମିଶନ ଲାଗୁ ହେଲେ ଉଭୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରି ଉପକୃତ ହେବେ। ଆସନ୍ତା ବର୍ଷ ପହିଲାରୁ ନୂଆ ଦରମା ଲାଗୁ ହେବ। ମୋଟ ୨୬ ହଜାର ସ୍କୁଲ ଶିକ୍ଷକ ଏବଂ ୧୬ ହଜାର ୬୬୪ ଜଣ କଲେଜ ଅଧ୍ୟାପକ ଏଥିରୁ ଉକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଟଙ୍କାର ଅତିରିକ୍ତ ବ୍ୟୟ କରିବାକୁ ପଡ଼ିବ।

ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲ ଓ କଲେଜକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ନୂଆ ଦରମା ମିଳିବ। ଏହା ସହ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ମଧ୍ୟ ଏହି ସୁବିଧା ପାଇପାରିବେ।

Comment