ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଇବା ପୂର୍ବରୁ ଅଧିକାଂଶ ଲୋକ ଏବେ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ତେବେ ଥଣ୍ଡାରେ ଏମିତି କିଛି ସୁପ୍‌ ପିଅନ୍ତୁ ଯାହା ଶରୀରକୁ ସତେଜ ରଖିଥାଏ।

ଥଣ୍ଡାରେ ସମସ୍ତଙ୍କୁ ଗରମା ଗରମ୍ ଖାଦ୍ୟ ସାମଗ୍ରୀ ଖାଇବାକୁ ଭଲ ଲାଗିଥାଏ। ଗରମ୍ ଜିନିଷ ପାଟିରେ ବାଜିଗଲେ ଲୋକେ ଆଶ୍ୱସ୍ତି ଅନୁଭବ କରିଥାନ୍ତି। ତେବେ ଥଣ୍ଡାରେ ଗରମ ଚଟପଟି ଖାଦ୍ୟ ଖାଇବା ଅପେକ୍ଷା ସୁପ୍ ପିଅନ୍ତୁ। ଏହା ଶରୀରକୁ ଆରାମ୍ ଦେଇଥାଏ।

ଟମାଟୋ ସୁପ୍

ଟମାଟୋ ସୁପ୍‌ ଦେହ ପାଇଁ ଭଲ ବୋଲି କୁହାଯାଉଛି। ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିସାର ଭରି ରହିଛି। ଏଥିରେ ଭିଟାମିନ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି। ଟମାଟୋ ସୁପ୍‌ ପିଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହି ସୁପ୍‌ କ୍ୟାନ୍‌ସର୍‌ ଆଶଙ୍କା ବି କମ୍ କରିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନକୁ ତ୍ୱରା୍ନ୍ୱିତ କରିଥାଏ। ଟମାଟୋ ସୁପ୍‌ରେ ଭିଟାମିନ୍‌ କେ ରହିଥିବାରୁ ହାଡ଼ ମଝବୁତ ହୋଇଥାଏ।

ପାଳଙ୍ଗ ସୁପ୍

ଥଣ୍ଡାରେ ଟମାଟୋ ସୁପ୍‌ ଭଳି ପାଳଙ୍ଗ ସୁପ୍‌ ମଧ୍ୟ ଦେହ ପାଇଁ ହିତକର। ଏଥିରେ ଆଇରନ୍, ଭିଟାମିନ୍ ଏବଂ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଭରି ରହିଛି। ଏହି ସୁପ୍‌ ପିଇଲେ ଥଣ୍ଡା ପାଖ ମାଡ଼େ ନାହିଁ। ଏହାସହ ହାଡ଼ ବି ମଝବୁତ ହୋଇଥାଏ।

ଚିକେନ୍ ସୁପ୍

ଚିକେନ୍ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଚିକେନ୍ ସୁପ୍ ସବୁଠୁ ଭଲ। ବିଭିନ୍ନ ପନିପରିବା ସହ ଚିକେନ୍ ସୁପ୍ ମିଶ୍ରଣ କରି ପିଇଲେ ଶରୀର ସୁସ୍ଥ ରହିଥାଏ। ଏଥିରେ କ୍ୟାଲୋରୀ ମଧ୍ୟ କମ୍ ରହିଥାଏ।

Comment