ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରା ସପ୍ତମ ଦିବସରେ ଅନେକ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଛି। ମଥୁରାନଗରରେ କଂସ ଦିଗବିଜୟରେ ବାହାରି ନଗରର ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିବା ବେଳେ ବରଗଡ଼ ଟାଉନ ଥାନାରେ ପହଞ୍ଚି ଦୋଷୀଙ୍କୁ ଦଣ୍ଡଦେଇ ଭବିଷ୍ୟତରେ ଆଉ କୌଣସି ଅସାମାଜିକ କାମ ନ କରିବାକୁ ଚେତାବନୀ ଦେଇଥିଲେ। ମଥୁରାନଗରୀରେ ବ୍ୟାପକ ପୋଲିସ ବ୍ୟବସ୍ଥା କରିବା ସହ ଆଗାମୀ ଦିନରେ ହେବାକୁ ଥିବା କଂସ-କୃଷ୍ଣ ଯୁଦ୍ଧରେ ସଜାଗ ରହିବା ପାଇଁ ଥାନା ଅଧିକାରୀ ବିଭୂତି ଭୂଷଣ ଭୋଇଙ୍କୁ ନିର୍ଦ୍ଦେଶ ଦେଇ ଫେରିଛନ୍ତି।

ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ ଦେଇ ମନ୍ତ୍ରୀ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଛନ୍ତି କଂସ। ଗୋପପୁର (ମଥୁରା, ମନାବନ୍ଦ)ଠାରେ ରାଧାକୃଷ୍ଣଙ୍କ ନାବକେଳି ସହ ମଥୁରାରେ ଗୋପୀଙ୍କ ଦହିବିକା ଦୃଶ୍ୟ ଅଭିନୀତ ହୋଇଛି। ଆଜି କଂସ ଦରବାରରେ ନିମନ୍ତ୍ରଣ ପାଇ ରାଜ୍ୟର ସମବାୟ ମନ୍ତ୍ରୀ ବଦ୍ରି ପାତ୍ର ଉପସ୍ଥିତ ହୋଇଛନ୍ତି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment