ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏବେ ସୋସିଆଲ ମିଡିଆ ପାଲଟିଛି ଗଣମାଧ୍ୟମ ଓ ସାଧାରଣ ଜନତାଙ୍କ ପାଇଁ ସୂଚନାର ମୂଳ ଉତ୍ସ। ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌, ଟୁଇଟର୍‌। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ସୋସିଆଲ୍ ମିଡିଆ ପେଜ୍ ଏଣିକି ସର୍ବସାଧାରଣଙ୍କ ପାଇଁ କପିରାଇଟ ମୁକ୍ତ ହେବ। ସାଧାରଣ ଲୋକମାନେ ଏଥିରେ ଥିବା ସରକାରୀ ପ୍ରକାଶନ, ଭିଡ଼ିଓ, ଫଟୋ ଓ ତଥ୍ୟ ବ୍ୟବହାର କରିପାରିବେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅନୁସୂଚିତ ଜନଜାତି, ଜାତି ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ୱେବସାଇଟ୍ ଓ ସୋସିଆଲ୍ ମିଡିଆକୁ ବ୍ୟବହାର କରିପାରିବେ।

ଏହି ଦୁଇ ବିଭାଗର ନିଷ୍ପତ୍ତି ଅନୁସାରେ  ଫେସ୍‌ବୁକ୍, ଟୁଇଟର୍ ଭଳି ସୋସିଆଲ୍ ମିଡିଆଗୁଡ଼ିକ କ୍ରିଏଟିଭ୍ କମନ୍ସ ଆଟ୍ରିବ୍ୟୁସନ୍ ୪.୦ ଇଣ୍ଟରନ୍ୟାସନାଲ୍ ଅଧୀନରେ ପଞ୍ଜିକୃତ ହୋଇଛି। ଛାତ୍ରଛାତ୍ରୀ, ଗଣମାଧ୍ୟମ ଓ ସାଧାରଣ ଲୋକମାନଙ୍କ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ସେପ୍ଟେମ୍ବରରୁ ନିଜ ବିଭାଗ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ୍ ମିଡିଆକୁ କପିରାଇଟ ମୁକ୍ତ କରିଛନ୍ତି।

Comment