ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ଅଫିସରେ ନୂଆବର୍ଷ ପାଳନ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର। ଅଫିସରେ କର୍ମଚାରୀ ଏକାଠି ନହୋଇ କେବଳ ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବେ। ଶୁକ୍ରବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବଭଳି ଅଫିସରେ ସାମାଜିକ ଦୂରତା ରକ୍ଷା କରିବାକୁ ଏଥିରେ କୁହାଯାଇଛି।

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ସରକାରଙ୍କ ଚିନ୍ତା ବଢ଼ାଇଛି। ଏହି ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି।ସେହିପରି ନୂଆବର୍ଷ ପୂର୍ବରୁ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି। ଡିସେମ୍ଵର ୩୧ ଓ ଜାନୁଆରି ୧ ତାରିଖ ଦିନ କୌଣସି ହୋଟେଲ କିମ୍ବା କ୍ଲବ୍‌ରେ ଲୋକେ ଏକାଠି ହୋଇପାରିବେନି ବୋଲି ସରକାର ଗାଇଲାଇନ୍ ଜାରି କରି ସୂଚନା ଦେଇଥିଲେ। ଫଳରେ ଗଲା ବର୍ଷ ପରି ଏଥର ମଧ୍ୟ କରୋନା ପାଇଁ ନୂଆବର୍ଷ ପାଳନ ବି ଫିକା ପଡ଼ିବ।

Comment