ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାନ୍ସର ଏଭଳି ଏକ ରୋଗ, ଯଦ୍ଵାରା ଆକ୍ରାନ୍ତ ବ୍ୟକ୍ତି ସେଥରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ଆଶା  ବହୁତ କମ୍। ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଚିହ୍ନଟ କରାଯାଇପାରିଲେ ବ୍ରେଷ୍ଟ କ୍ୟାନ୍ସର ପରି କେତେକ କ୍ୟାନ୍ସରରୁ ଆରୋଗ୍ୟ ମିଳିପାରୁଛି। କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂତନ ଆଶାର କିରଣ ସୃଷ୍ଟି କରିଛନ୍ତି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍ସର ବିଜ୍ଞାନୀମାନେ।

‘ମଲିକୁଲାର୍ ମେକାଲିଜିମ୍’କୁ ଆଧାର କରି ଲିଭର୍ କ୍ୟାନ୍ସର ଚିକିତ୍ସା ଆହୁରି ସହଜ ହୋଇପାରିବ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଗବେଷଣା ସମୟରେ କ୍ୟାନ୍ସର ବିଜ୍ଞାନୀ ମଲିକୁଲାର ମେକାଲିଜମ ଉପରେ ଉଜ୍ଜଳ ଆଲୋକ ପକାଇ ସେଥିରୁ କ୍ଷରଣ ହେଉଥିବା ଏଞ୍ଜାଇମକୁ ଅନୁଧ୍ୟାନ କରିଥିଲେ। ଏହାଦ୍ଵାରା ଲିଭର୍ କ୍ୟାନ୍ସରରୁ ଜଣେ କିପରି ଶୀଘ୍ର ଉପଶମ ଲାଭ କରିପାରିବ, ସେ ସମ୍ପର୍କରେ କେତେକ ତଥ୍ୟ ମଧ୍ୟ ଜାଣିବାକୁ ପାଇଥିଲେ। ଏ ବିଷୟରେ ଅଧକ ତଥ୍ୟ ଉନ୍ମୋଚନ କରିବା ପାଇଁ ଆଉ କିଛି ମାସ ସମୟ ଲାଗିବ ବୋଲି ରିପୋର୍ଟରୁ ଜଣାପଡିଛି।

Comment