ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପିକା ପାଦୁକୋନ୍‌। ବଲିଉଡ ଇଣ୍ଡଷ୍ଟ୍ରୀରେ ଏକ ଜଣାଶୁଣା ନାଁ। ନିକଟରେ ‘ପଦ୍ମାବତୀ’ ଫିଲ୍ମକୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ହେଲେ ଦୀପିକାଙ୍କ ଅଭିନୀତ ଏମିତି ୫ଟି ଫିଲ୍ମ ଅଛି ଯାହା ସବୁବେଳେ ଦର୍ଶକଙ୍କ ପାଖରେ ଏଭରଗ୍ରୀନ୍ ହୋଇ ରହିଛି।

ବଲିଉଡର ମୋଷ୍ଟ ସେନ୍ସେସ୍‌ନାଲ ଡିଭା ଦୀପିକା ପାଦୁକନ୍ ନିଜର ନିଆରା ଅଭିନୟ ବଳରେ ଏବେବି ଦର୍ଶକଙ୍କ ହୃୟଦରେ ରାଜ୍ କରୁଛନ୍ତି। ତାଙ୍କ ଅଭିନୀତ ୫ଟି ଏଭରଗ୍ରୀନ ଫିଲ୍ମ ସବୁ ବର୍ଗର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେଗୁଡ଼ିକ ହେଲା, ଓମ୍ ଶାନ୍ତି ଓମ, ୟେ ଯବାନୀ ହୈ ଦିୱାନୀ,  ଗୋଲିୟୋଁ କି ରାସ୍‌ଲୀଲା ରାମ୍ ଲୀଲା, ଚେନ୍ନାଇ ଏକ୍ସପ୍ରେସ୍, ଏବଂ ବାଜିରାଓ ମସ୍ତାନୀ।

ଓମ୍ ଶାନ୍ତି ଓମ୍

ଦୀପିକାଙ୍କୁ ବ୍ରେକ୍ ଦେଇଥିବା ବଲିଉଡର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ଓମ୍ ଶାନ୍ତି ଓମ୍। ଏଥିରେ  ଦୀପିକା ଦୁଇଟି  ଚରିତ୍ରରେ ଅଭିନୟ କରିଥିଲେ। କିଙ୍ଗଖାନ୍ ସାହାରୁଖଙ୍କ ବିପକ୍ଷରେ ଅଭିନୟ କରିଥିବା ଦୀପିକା ନିଜର ବଳିଷ୍ଠ ଅଭିନୟ ପାଇଁ ସବୁଦିନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରଜ୍ କରିବେ।

ୟୈ ଯବାନୀ ହୈ ଦିୱାନୀ

ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା ଜଣେ ଡାକ୍ତରୀ ଛାତ୍ରୀ ଭୂମିକାରେ। ରଣବୀର କପୁରଙ୍କ ସହ ତାଙ୍କର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।


ଗୋଲିୟୋଁ କି ରାସଲୀଲା ରାମ ଲୀଲା 

ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଦ୍ୱାରା ନିର୍ଦ୍ଦେଶନାରେ ଦୀପିକା ପାଦୁକନ ଅଭିନୟ କରିଥିବା ପ୍ରଥମ ଚଳଚ୍ଚିତ୍ର ହେଲା ‘ଗୋଲିୟୋଁ କି ରାସ୍‌ଲୀଲା ରାମ ଲୀଲା।’  ରଣବୀର ସିଂଙ୍କ ବିପକ୍ଷରେ ଅଭିନୟ କରିଥିବା ଦୀପିକା ଏଥିରେ ଜଣେ ମହିଳା ଗ୍ୟାଙ୍ଗଷ୍ଟାରଙ୍କ  ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ପ୍ରତ୍ୟେକଟି ଦୃଶ୍ୟରେ ବାରି ହୋଇପଡିଥିଲା ଦୀପିକାଙ୍କ ଅଭିୟନ ଚାତୁରୀ। ଚଳଚ୍ଚିତ୍ରର ‘ଅଙ୍ଗ୍‌ ଲଗା ଦେ’ ଗୀତରେ ରହିଛି ଭରପୁର ରୋମାନ୍ସ।

ଚେନ୍ନାଇ ଏକ୍ସପ୍ରେସ୍

ଦୀପିକା ପାଦୁକନ୍ ଓ ସାହାରୁଖ୍ ଖାନଙ୍କ  ଅଭିନୀତ ଅନ୍ୟ ଏକ ହିଟ୍ ଚଳଚ୍ଚିତ୍ର ହେଲା ଚେନ୍ନାଇ ଏକ୍ସପ୍ରେସ୍। ଏଥିରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା ପାରମ୍ପରିକ ତାମିଲ୍‌ ମହିଳାଙ୍କ ଭୂମିକାରେ। ତାଙ୍କ ଦ୍ୱାରା ବୋଲାଯାଇଥିବା ତାମିଲ ସଂଳାପ ‘ମିନାଲୋଚିନୀ ମିନାମ୍ମା’ସବୁଦିନ ଦର୍ଶକଙ୍କ ମନରେ ରହିବ। ରୋହିତ୍ ସେଠୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଏକ ବଲିଉଡ ମସାଲା ଚଳଚ୍ଚିତ୍ର।

ବାଜିରାଓ ମସ୍ତାନୀ

ସଞ୍ଜୟ ଲୀଲା ଭନ୍‌ଶାଲିଙ୍କ ନିର୍ଦ୍ଦେଶନାରେ ଦୀପିକା ପାଦୁକନ୍‌ଙ୍କ ଅଭିନୀତ ଦ୍ୱିତୀୟ ଚଳଚ୍ଚିତ୍ର ହେଲା ବାଜିରାଓ ମସ୍ତାନୀ।  ଏଥିରେ ଦୀପିକା କେବଳ ନିଜ ସୁନ୍ଦର ଚେହେରା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର ପାରି ନଥିଲେ, ବରଂ ନିଜର ଅଭିନୟ ଦକ୍ଷତା ଲାଗି ଦର୍ଶକଙ୍କ ଢେର ପ୍ରଶଂସା ସାଉଁଟି ପାରିଥିଲେ।

ଚଳଚ୍ଚିତ୍ରରେ ମହିଳା ଦକ୍ଷତା ଓ ମହିଳା ସଶକ୍ତିକରଣର ବାର୍ତ୍ତା ଦେଖିବାକୁ ମିଳିଥିଲା। ‘ ଦିୱାନୀ ମସ୍ତାନୀ’ ଭଳି ମେଲୋଡିୟସ୍ ଗୀତ ଓ ଦୀପିକାଙ୍କ ନୃତ୍ୟ ପ୍ରତିଭା ଓ ଚଳଚ୍ଚିତ୍ରର କାହାଣୀ ସବୁ ବର୍ଗର ଦର୍ଶକଙ୍କୁ ବାରମ୍ବାର ଦେଖିବାକୁ ପ୍ରୋତ୍ସାହିତ କରିବ।

Comment