ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପୁରୁଷ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ତଥା ଓଡ଼ିଶାର ଯୁବ ଖେଳାଳି ଦୀପ୍‌ସାନ ତିର୍କୀ ୨୦୧୮ ମସିହା ପାଇଁ ପାଇଛନ୍ତି ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ଟ୍ରଫି ଓ ମାନପତ୍ର ସହ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଇଣ୍ଡିଆନ୍ ମେଟାଲ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ସେହିପରି ଦେଶର ଦ୍ରୁତତମ ଧାବକ ଅମୀୟ ମଲ୍ଲିକ, ଭାରତୀୟ ମହିଳା ହକି ତାରକା ଦୀପ୍‌ଗ୍ରେସ୍ ଏକ୍କାଙ୍କୁ ସମ୍ମାନୀତ କରାଯାଇଥିଲା। ସେମାନଙ୍କୁ ୫୦ହଜାର ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଥିଲା। ଦୀପ୍‌ଗ୍ରେସ୍ ଜାତୀୟ କ୍ୟାମ୍ପରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁପସ୍ଥିତିରେ ଭାଇ ଦୀନେଶ ଏକ୍କା ପୁରସ୍କାର ଗ୍ରହଣ କରିଥିଲେ। ଏହା ଦେବାଶିଷ ମହାନ୍ତି, ରଶ୍ମିରଞ୍ଜନ ପରିଡ଼ା, ଓ୍ବିଲିୟମ୍ ଖାଲ୍‌କୋ, ପ୍ରତିମା ପୁହାଣ, ଅନୁରାଧା ବିଶ୍ବାଳ, ଲାଜରୁସ୍ ବାର୍ଲା, ରଚିତା ମିସ୍ତ୍ରୀ, ପଦ୍ମିନୀ ରାଉତଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

Comment