ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚୋରି କରିଥିଲେ ଚାମଚ, ଜରିମାନା ଦେଇ ମୁକୁଳିଲେ

ଭିଭିଆଇପିଙ୍କ ବିଦେଶ ଗସ୍ତରେ ସାମିଲ ହୋଇଥାନ୍ତି ବରିଷ୍ଠ ସାମ୍ବାଦିକ। ବିଦେଶରେ ଆୟୋଜିତ ସମ୍ମିଳନୀ ଓ ଆଲୋଚନାରେ ଭିଭିଆଇପିଙ୍କ ଭୂମିକା ଓ ମତାମତ ସମ୍ପର୍କରେ ସାଧାରଣ ଲୋକଙ୍କୁ ସାମ୍ବାଦିକମାନେ ହିଁ ଅବଗତ କରାଇଥାନ୍ତି। ବିଦେଶରେ ନିଜ ଦେଶର ଭିଭିଆଇପିଙ୍କ ସମ୍ମାନ ରଖିବା ସହ ସମ୍ମାନର ସହ ପ୍ରତିଟି କାର୍ଯ୍ୟରେ ସାମ୍ବାଦିକମାନେ ଭାଗ ନେଇଥାନ୍ତି। କିନ୍ତୁ ଏକ ପ୍ରତିଷ୍ଠିତ ବଙ୍ଗଳା ଖବରକାଗଜର ବଣେ ବରିଷ୍ଠ ସାମ୍ବାଦିକଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଣ୍ଡନରେ ଲଜ୍ଜିତ ହେବା ଚର୍ଚ୍ଚାର ବିଷୟ ହୋଇଛି। ମମତାଙ୍କ ସହ ବିଦେଶ ଗସ୍ତରେ ଯାଇଥିବା ଏହି ସାମ୍ବାଦିକ ଜଣକ ହେଟେଲରୁ ଚାମଚ ଚୋରି କରି ହଟହଟା ହୋଇଥିବା ବେଳ ମୁଖ୍ୟମନ୍ତ୍ରୀ ମମତା ଲାଜରେ ମୁହଁ ତଳକୁ କରି ତରତରରେ ହୋଟେଲରୁ ପଳାଇ ଆସିଥିଲେ।

ପଶ୍ଚିମବଙ୍ଗରେ ପୁଞ୍ଜି ନିବେଶ ପାଇଁ ୟୁରୋପୀୟ ଶିଳ୍ପପତିମାନଙ୍କୁ ମନାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଣ୍ଡନ ଯାଇଥିଲେ। ତାଙ୍କ ସହ ଯାଇଥିଲେ ଏକ ପ୍ରତିଷ୍ଠିତ ବେଙ୍ଗଲ ଦୈନିକ ଖବରକାଗଜର ଜଣେ ବରିଷ୍ଠ ସାମ୍ବାଦିକ। ମମତାଙ୍କ ଉଦ୍ଦେଶ୍ୟରେ ସେଠାରେ ଆୟୋଜିତ ହୋଇଥିଲା ନୈଶ୍ୟ ଭୋଜି। ମାତ୍ର ସାମ୍ବାଦିକ ଜଣକ ହୋଟେଲର ରୁପା ଚାମଚ ମୋହରେ ପଡିଯାଇଥିଲେ। ନିଜ ବ୍ୟାଗରେ ଳୁଚାଇ ରଖିଥିଲେ ରୁପାଚାମଚ। କିନ୍ତୁ ତାଙ୍କ ଅଜ୍ଞାତରେ  ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଦୃଶ୍ୟ କଏଦ ହୋଇଥିଲା। ହୋଟେଲ କର୍ମଚାରୀଙ୍କ ଅନୁରୋଧ ସତ୍ତ୍ବେ ସାମ୍ବାଦିକ ଜଣକ ରୁପାଚାମଚ ଫେରାଇ ନଥିଲେ। ବାଧ୍ୟ ହୋଇ ସିସିଟିଭି ଫୁଟେଜ କର୍ମଚାରୀମାନେ ତାଙ୍କୁ ଦେଖାଇଥିଲେ। ତାଙ୍କଠାରୁ  ଚାମଚ ସହ ୫୦ପାଉଣ୍ଡ ଜରିମାନା ହେଟେଲ କର୍ମଚାରୀମାନେ ରଖି ଛାଡିଥିଲେ। ସାମ୍ବାଦିକଙ୍କ ଏଭଳି ହୀନ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ଅଡୁଆରେ ପକାଇଦେଇଥିଲା। ସେମାନେ ସାମ୍ବାଦିକଙ୍କୁ ଛି ଛି କରିଥିଲେ। ଭବିଷ୍ୟତରେ ଏଭଳି ସାମ୍ବାଦିକମାନଙ୍କ ଠାରୁ ଦୂରତା ବଜାୟ ରଖିବା ପାଇଁ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାମର୍ଶ ଦେଇଥିଲେ।

Comment