ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଯତିନ୍ ଦାଶ ସେଣ୍ଟର ଅଫ୍ ଆର୍ଟ ପକ୍ଷରୁ ଆୟୋଜିତ
  • ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ମହୋତ୍ସବ
  • ବୃତ୍ତ ଚିତ୍ର, ଚେତନାଧର୍ମୀ ତଥା କାଳ୍ପନିକ ଚଳଚ୍ଚିତ୍ରକୁ ଗୁରତ୍ୱ

ଯତିନ୍ ଦାଶ ସେଣ୍ଟର ଅଫ୍ ଆର୍ଟ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏ ଏହି ମହୋତ୍ସବ ଭୁବନେଶ୍ୱରର ଇଡକଲ୍ ଅଡିଟୋରିୟମରେ ଚାଲିବ।

ଏହି କାର୍ଯ୍ୟକ୍ରମକୁ ସମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ସମସ୍ତ ପ୍ରକାର କଳାକୁ ନେଇ ଏକ ସ୍ୱତନ୍ତ୍ର ଧରଣର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ  ହେଉଛି। ଏଥିରେ ବୃତ୍ତ ଚିତ୍ର, ଚେତନାଧର୍ମୀ ତଥା କାଳ୍ପନିକ ଚଳଚ୍ଚିତ୍ରଗୁଡିକୁ ବିଶେଷ ଭାବରେ ଗୁରତ୍ୱ ଦିଆଯାଇଛି।

ଏହି ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ପାରମ୍ପରିକ ହସ୍ତକଳା, ଓଡ଼ିଶାର ପାରମ୍ପରିକ ପିଠା ଆଦିକୁ ଜେଡି ସେଣ୍ଟର ଅଫ୍ ଆର୍ଟ ପକ୍ଷରୁ ସ୍ଥାନିତ କରାଯାଇଛି। ଏହି ଚଳଚ୍ଚିତ୍ର ମହୋତ୍ସବରେ ଦେଶ ତଥା ଦେଶ ବାହାରର ପ୍ରସିଦ୍ଧ କଳା ବିଶେଷଜ୍ଞ, କଳା ସମାଲୋଚକ, କଳାପ୍ରେମୀମାନେ ଯୋଗ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି,  “ଜେଡି ସେଣ୍ଟର ଅଫ୍ ଆର୍ଟ ପକ୍ଷରୁ ହେଉଥିବା ଏହି ଚଳଚ୍ଚିତ୍ର ମହୋତ୍ସବ ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ଦେଶ ବାହାରେ ପ୍ରଚାର ପ୍ରସାର ଦିଗରେ ବେଶ୍ ସହାୟକ ହେବ। ଚଳଚ୍ଚିତ୍ର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହା ସମସ୍ତଙ୍କୁ ସଠିକ୍ ବାର୍ତ୍ତା ଦେବାରେ ସହାୟକ ହୋଇଥାଏ।”

ଅତୀତର ସ୍ମୃତିକୁ ମନେପକାଇ ମୁଖ୍ୟମନ୍ତ୍ରୀ ୧୯୩୬ ମସିହା ସୀତା ବିବାହ, ଫକୀର ମୋହନ ସେନାପତିଙ୍କ ରେବତୀ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। କାଳନ୍ଦୀ ଚରଣ ପାଣିଗ୍ରାହୀ, ଫକୀର ମୋହନ ସେନାପତି, ଗୋପୀନାଥ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧିୁସୂଦନ ଦାସଙ୍କର ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଜେଡି ସେଣ୍ଟର ଅଫ୍ ଆର୍ଟର ଅଧ୍ୟକ୍ଷ ଯତିନ୍ ଦାଶ କହିଛନ୍ତି, “ଭାରତରେ କେବଳ ଜେଡ଼ି ସେଣ୍ଟର ଅଫ୍ ଆର୍ଟ ଏହିଭଳି ଚଳଚ୍ଚିତ୍ର ମହୋତ୍ସବ କରୁଛି। ଯେଉଁଥିରେ କଳାକାର ଏବଂ କଳା ଉପରେ ଏହି ଚଳଚ୍ଚିତ୍ରଗୁଡ଼ିକ ପର୍ଯ୍ୟବେସିତ। ସବୁ କଳାକୃତିକୁ ଡକୁମେଣ୍ଟ କରି ଆମେ ପ୍ରତିବର୍ଷ ପ୍ରଦର୍ଶନ କରି ଆସୁଛୁ।”

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନୀତିନ୍ ଭାନୁଦାଶ ଜୱାଲେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here