ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଥମ ମହିଳା ଭାବେ ଇନ୍ଦୁ ମାଲହୋତ୍ରା କୌଣସି ହାଇକୋର୍ଟରେ ବିଚାରପତି ନଥାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ସିଧାସଳଖ ନିଯୁକ୍ତି ପାଇଛନ୍ତି। ଏହି ଗୁରୁତ୍ଵପୁର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବାରେ ସେ ଭାରତର ପ୍ରଥମ ଏବଂ ସୁପ୍ରିମକୋର୍ଟର ସପ୍ତମ ମହିଳା ବିଚାରପତି ।

ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ବିଚାରପତିମାନେ ସାଧାରଣତଃ ପୂର୍ବରୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରିଥାନ୍ତି। କିନ୍ତୁ କୌଣସି ହାଇକୋର୍ଟରେ ବିଚାରପତି ନହୋଇ ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା  ସୁପ୍ରିମକୋର୍ଟର ବିଚାରପତି ଭାବେ ସିଧାସଳଖ ନିଯୁକ୍ତି ପାଇଛନ୍ତି। ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଇନ୍ଦୁଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ବେଙ୍ଗାଲୁରୁରେ ଜନ୍ମିତ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଦୀର୍ଘ ୩୦ବର୍ଷ ଧରି ସୁପ୍ରିମକୋର୍ଟରେ ଓକିଲାତି କରୁଥିଲେ। ଓକିଲାତିରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ହେବାରେ ସେ ଭାରତର ପ୍ରଥମ ଏବଂ ସପ୍ତମ ମହିଳା ବିଚାରପତି।

ଦେଶ ସ୍ଵାଧୀନ ହେବାର ୩ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ୩୯ବର୍ଷ ପରେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ଏମ୍ ଫତିମା ବିବି ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହୋଇଥିଲେ। ତାଙ୍କ ପରେ ଜଷ୍ଟିସ୍ ସୁଜାତା ଭି. ମନୋହର, ଜଷ୍ଟିସ୍ ରୁମା ପାଲ, ଜଷ୍ଟିସ୍ ଜ୍ଞାନସୁଧା ମିଶ୍ର, ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ, ଜଷ୍ଟିସ୍ ଭାନୁମତୀ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହି ପଦବୀରେ ନିୟୁକ୍ତି ପାଇବା ପୂର୍ବରୁ ସେମାନେ ବିଭିନ୍ନ ହାଇକୋର୍ଟର ବିଚାପତି ଥିଲେ।

Comment