ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବୁଧବାର ଭିନ୍ନ ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ସେନା ପୋଷାକ ପିନ୍ଧି ଲଢ଼ୁଆ ବିମାନ ସୁଖୋଇରେ ବସି ଉଡ଼ିଥିଲେ। ଲଢ଼ୁଆ ବିମାନରେ ଉଡ଼ିବାରେ ନିର୍ମଳା ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ।
ଦେହରେ ଥିଲା ସେନା ପୋଷାକ। ମୁହଁରେ ଥିଲା ଅକ୍ସିଜେନ୍ ମୁଖା। ଏହି ଚିତ୍ର କୌଣସି ପାଇଲଟ୍ଙ୍କର ନୁହେଁ। ଏଭଳି ପୋଷାକ ପିନ୍ଧି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଲଢ଼ୁଆ ବିମାନ ସୁଖୋଇରେ ଉଡ଼ିଥିଲେ।
ଯୋଧପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ବିମାନରେ ପାଇଲଟଙ୍କ ପଛରେ ବସି ନିର୍ମଳା ୪୫ ମିନିଟ୍ ଧରି ଉଡ଼ିଥିଲେ। ସୁଖୋଇ ବିମାନରେ ଉଡ଼ିବାରେ ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ।
ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦା଼ୟିତ୍ୱ ନେବା ଦିନରୁ ନିର୍ମଳା ଆକ୍ସନ ମୋଡରେ ରହିଛନ୍ତି। ଯବାନମାନଙ୍କ ମନୋବଳ ବଢ଼ାଇ ଚାଲିଛନ୍ତି। ଅଧିକାଂଶ ସମୟ ସେ ସ୍ଥଳସେନା, ବାୟୁସେନା, ନୌସେନା ଘାଟୀ ପରଦର୍ଶନରେ ଯାଉଛନ୍ତି। ୨୦୧୭ରେ ନିର୍ମଳା ଭାରତ-ପାକିସ୍ତାନ ସୀମାରେ ପହଞ୍ଚି ଦେଶର ସୈନିକମାନେ କିଭଳି କାମ କରୁଛନ୍ତି ତାହା ତଦାରଖ କରିଥିଲେ। ଅରୁଣାଚଳ ସୀମାରେ ପହଞ୍ଚି ଚୀନ ସେନାଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ବୁଧବାର ନିର୍ମଳା ସୀତାରମଣ ୪୫ ମିନିଟ ଧରି ସୁଖୋଇରେ ଉଡ଼ିବା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଏହାସହ ବାୟୁସେନା ଅଧିକାରୀଙ୍କ ସହ ଦେଶର ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ।
ନିର୍ମଳା ସୀତାରମଣଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ ଏବଂ ପ୍ରତିଭା ପାଟିଲ୍ ଲଢ଼ୁଆ ବିମାନରେ ଉଡ଼ିଥିଲେ। ୨୦୦୩ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ ପ୍ରଥମ ଭିଆଇପି ଭାବେ ଲଢ଼ୁଆ ବିମାନରେ ଉଡ଼ିଥିଲେ।








କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବୁଧବାର ଭିନ୍ନ ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ସେନା ପୋଷାକ ପିନ୍ଧି ଲଢ଼ୁଆ ବିମାନ ସୁଖୋଇରେ ବସି ଉଡ଼ିଥିଲେ। ଲଢ଼ୁଆ ବିମାନରେ ଉଡ଼ିବାରେ ନିର୍ମଳା ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ।





