ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍ ଅଭିନେତା ହ୍ରିତିକ୍ ରୋଶନ୍ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ହ୍ରିତିକଙ୍କ ଜୀବନରେ ଆଉ କେହି ନୁହେଁ, ନିଜ ପୂର୍ବ ପତ୍ନୀ ସୁଜାନେ ତାଙ୍କ ଜୀବନକୁ ପୁଣି ଥରେ ଫେରି ଆସିଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ କରିବେ ବୋଲି ଶୁଣାଯାଉଛି।

୨୦୧୪ରେ ପତ୍ନୀ ସୁଜାନ ଖାନଙ୍କଠାରୁ ଛାଡପତ୍ର ନେବା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସହ ଯୋଡାଯାଇଥିଲା। ଦୁହିଁଙ୍କ ସମ୍ପର୍କ ଯୋଡି ହେବା ପୂର୍ବରୁ ମାମଲା ପହଞ୍ଚିଥିଲା ଥାନାରେ। ପରେ ଦୁହିଁଙ୍କୁ ସଫେଇ ଦେବାକୁ ପଡିଥିଲା।

କଙ୍ଗନାଙ୍କ ସହ ସମ୍ପର୍କ ତୁଟିବା ପରେ ହ୍ରିତିକ୍ ଓ ସୁଜାନଙ୍କୁ ପାର୍ଟିରେ ଏକାଠି ଦେଖିବାକୁ ମିଳୁଥିଲା। ନୁହେଁ ନିଜ ପିଲାଙ୍କ ସହ ଛୁଟି କଟାଇବା ପାଇଁ ମାଳଦ୍ଵିପ ଯାଇଥିଲେ। ସେମାନେ ଆଉ ଥରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ନିଜ ପିଲାଙ୍କ ଭବିଷ୍ୟତକୁ ଦେଖି ଉଭୟ ଏକାଠି ହେବାକୁ ନିଷ୍ପତ୍ତି ନେଇଥିବା କଥା ଶୁଣିବାକୁ ମିଳୁଛି। ତେବେ ଏନେଇ କୌଣସି ସ୍ପଷ୍ଟ ଜଣାପଡିନାହିଁ।

୨୦୦୦ରେ ଫିଲ୍ମ ‘କହୋ ନା ପ୍ୟାର୍ ହୈ’ ମୁକ୍ତିଲାଭ ପରେ ହ୍ରିତିକ ନିଜ ପିଲାଦିନର ସାଥୀ ସୁଜାନ ଖାନଙ୍କୁ ବିବାହ କରିଥିଲେ। ଏହାର ୧୪ବର୍ଷ ପରେ ୨୦୧୪ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା।

Comment