ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ହତ୍ୟା କାହାଣୀ ଉପରେ ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର ଦିଆ ’ର ଫାର୍ଷ୍ଟ ଲୁକ୍ ଜାରି ହୋଇଛି।

ମହାତ୍ମା ଗାନ୍ଧିଙ୍କ ୭୦ତମ ପୁଣ୍ୟତିଥିରେ ବଲିଉଡ଼ ମନେ ପକାଇଛି ଏହି ମହାନ ବ୍ୟକ୍ତିଙ୍କୁ। ନିର୍ଦ୍ଦେଶକ ନଇମ ଏ ସିଦ୍ଦିକିଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ହେ ରାମ ହମନେ ଗାନ୍ଧି କୋ ମାର ଦିଆ’ ଚଳଚ୍ଚିତ୍ରର ଫାଷ୍ଟ୍‍ ଲୁକ ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରଟି ଗାନ୍ଧିଜୀଙ୍କର ହତ୍ୟା କାହାଣୀ ଉପରେ ଆଧାରିତ। ୧୯୪୮ ମସିହା ଜାନୁଆରି ୩୦ରେ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କୁ ଗୁଳି କରିଥିଲେ।

୨ ଅକ୍ଟୋବର ୨୦୧୭ରେ ଗାନ୍ଧିଜୀଙ୍କର ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ ଅବସରରେ ଏହି ଫିଲ୍ମ ନିର୍ମାଣ କଥା ଚିନ୍ତା କରିଥିଲି ବୋଲି କହିଛନ୍ତି ନିର୍ଦ୍ଦେଶକ ନଇମ।

ଏହାପରେ ‘ହେ ରାମ ହମନେ ଗାନ୍ଧି କୋ ମାର ଦିଆ’ ଚଳଚ୍ଚିତ୍ରର କାମ ଆରମ୍ଭ କଲୁ। କିପରି ଅହିଂସା ସହ ବିଶ୍ୱରେ ସମସ୍ତେ ମିଳି ମିଶି ରହିପାରିବେ ତାହାକୁ ଏଥିରେ ଚିତ୍ରଣ କରାଯାଇଛି ବୋଲି କହିଛନ୍ତି ସେ।

୨୦୧୮ ଅକ୍ଟୋବର ୨ ଦିନ ଗାନ୍ଧିଜୀଙ୍କ ୧୫୦ତମ ପାଳନ କରାଯିବ। ଏହି ଦିନଟିକୁ ସ୍ଵତନ୍ତ୍ର କରିବା ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇଛି କହିଛନ୍ତି ନଇମ।

Comment