ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ବଜେଟରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ବଢ଼ିବା ନେଇ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦରମା ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପ-ରାଷ୍ଟ୍ରପତିଙ୍କ ଦରମା ୧.୨୫ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପ୍ରତି ରାଜ୍ୟର ରାଜ୍ୟପାଳଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି। ରାଜ୍ୟପାଳଙ୍କ ଦରମା ୧.୧୦ ଲକ୍ଷରୁ ୩.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସାଂସଦଙ୍କ ଭତ୍ତା ପ୍ରତି ୫ ବର୍ଷରେ ଥରେ ବଢ଼ିବ ବୋଲି ବଜେଟରେ ଘୋଷଣା କରାଯାଇଛି।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ୨୦୦୬ ଜାନୁଆରି ୧ରେ ବଢ଼ା ଯାଇଥିଲା।

ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, “ସପ୍ତମ ବେତନ କମିଶନ ଲାଗୁ ହେବା ପରେ ବ୍ୟୁରୋକ୍ରାଟ୍‌ମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କଠାରୁ ଅଧିକ ଦରମା ପାଉଛନ୍ତି।”

ସାଂସଦଙ୍କ ଦରମା ବୃଦ୍ଧି ସମ୍ପର୍କରେ ଜେଟଲି କହିଛନ୍ତି ଯେ, ଏ ବିଷୟରେ ଏକ ବିତର୍କ ହେବା ଉଚିତ୍। ବର୍ତ୍ତମାନ ସାଂସଦମାନେ ୫୦ ହଜାର ଟଙ୍କା ଦରମା ପାଉଥିବା ବେଳେ ୪୫ ହଜାର ଟଙ୍କା ନିର୍ବାଚନମଣ୍ଡଳୀ ଭତ୍ତା ପାଉଛନ୍ତି। ଏହବାଦ୍ ସାଂସଦମାନେ ସରକାରଙ୍କଠାରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି।

LEAVE A REPLY

Please enter your comment!
Please enter your name here