ଓଡ଼ିଶାଲାଇଭ୍ ବ୍ୟୁରୋ

 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସାମାଜିକ କର୍ମୀ ଡକ୍ଟର ଶ୍ରୁତି ମହାପାତ୍ର ‘ନାରୀ ଶକ୍ତି’ ପୁରସ୍କାର ପାଇବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିଥିଲେ।

ବର୍ଷ ୨୦୨୦ ଏବଂ ୨୦୨୧ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମହିଳା ସଶକ୍ତିକରଣ, ଭିନ୍ନକ୍ଷମଙ୍କ ଅଧିକାର ଏବଂ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନାରୀ ଶକ୍ତି’ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରି ପ୍ରଶଂସା କରିଥିଲେ।

ନାରୀ ସଶକ୍ତିକରଣ ଓ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରତିଭାଶାଳୀ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ‘ନାରୀ ଶକ୍ତି’ ସମ୍ମାନ ପ୍ରଦାନ କରାଯାଉଛି। କୋଭିଡ ପରିସ୍ଥିତି ଯୋଗୁଁ ବର୍ଷ ୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯାଇପାରି ନଥିଲା।

Tag: #DrShrutiMohapatra #NariShaktiAward #PresidentRamnathKovind #CMOdisha #NaveenPatnaik #InternationaWomensDay2022 #WomensDay

Comment