ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ଼ରେ ଶ୍ରୀଦେବୀଙ୍କ ଗେହ୍ଲି ଝିଅ ଜାହ୍ନବୀ କପୁରଙ୍କ କ୍ରେଜ୍ ଏବେ କାହିଁରେ କ’ଣ। ଏଯାବତ୍ ବଲିଉଡ଼ରେ ତାଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନାହିଁ। କିନ୍ତୁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଏବେ ଜାହ୍ନବୀ।

ଜାହ୍ନବୀ କପୁର କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ଧଡ଼କ୍‌’ରୁ ବଲିଉଡ଼ରେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। ଏଥିରେ ଶାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟର ଅଛନ୍ତି ମେଲ୍‌ ଲିଡ଼ରେ। କିନ୍ତୁ ଫିଲ୍ମ ‘ଧଡ଼କ୍’ ଏବେ ରିଲିଜ୍ ଅପେକ୍ଷାରେ ରହିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି। ଏହି ଫିଲ୍ମ ହେଉଛି ସୁପରହିଟ୍‌ ମରାଠୀ ସିନେମା ‘ସୈରାଟ୍‌’ର ରିମେକ୍‌।

ଅଭିନେତା ରଣବୀର ସିଂହଙ୍କ ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା ‘ସିମ୍ବା’। ଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି। ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଛି ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ ରେ ରଣବୀରଙ୍କ ସାଥ୍‌ ପାଇ ପାରନ୍ତି।

କରଣ ଆଉ ଏକ ଫିଲ୍ମ ପାଇଁ ଜାହ୍ନବୀଙ୍କୁ ସାଇନ୍ କରିବା ପାଇଁ ଚାହୁଁଛନ୍ତି।

ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଛନ୍ତି। ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଛନ୍ତି। କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସମ୍ପ୍ରତି ଯେଉଁ ୟଙ୍ଗ୍‌ଷ୍ଟାର୍‌ ମାନଙ୍କର ଜବରଦସ୍ତ କ୍ରେଜ୍‌ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ। ଏଣୁ ତାଙ୍କ ସହ ଜାହ୍ନବୀ ଦ୍ୱିତୀୟ ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍‌ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ। ତା’ଛଡ଼ା ହିଟ୍‌ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ ହିଟ୍‌ ହେବାର ସମ୍ଭାବନା ଅଧିକ। ଦେଖାଯାଉ ଶ୍ରୀଦେବୀ କ’ଣ ନିଷ୍ପତ୍ତି ନେଉଛନ୍ତି।

ଜାହ୍ନବୀ ରଣବୀର ସିଂହଙ୍କ ସହ ‘ସିମ୍ବା’ସାଇନ୍‌ କରିଲେ,ତାହା ତାଙ୍କର ଦ୍ୱିତୀୟ ସିନେମା।

Comment