ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କ ସ୍ଵଚ୍ଛତାକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍’।

ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’ ଫେବୃୟାରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଜୋର୍‌ସୋର୍‌ରେ ପ୍ରଚାର ପାଇଁ ଅକ୍ଷୟଙ୍କ ସହ ପୁରା ବଲିଉଡ ଏକାଠି ହୋଇଛନ୍ତି।

ମହିଳାଙ୍କ ମାସିକ ଋତୁସ୍ରାବ ଏବଂ ଏହି ସମୟର ସ୍ଵଚ୍ଛତା ବିଷୟ ପ୍ରତି ଭାରତରେ ବିଚିତ୍ର ଦୃଷ୍ଟିକୋଣ ରହିଥିବାରୁ ଏହାକୁ ଦୂରକରିବା ଲାଗି ଅକ୍ଷୟ ଏଭଳି କରିଥିବା ଜଣାପଡ଼ିଛି। ଏହାକୁ ଅତି ଗୋପନୀୟ ବିଷୟ ଧରାଯିବା ସହ ରୁତୁସ୍ରାବ ବିଷୟରେ ଆଲୋଚନା କରିବାକୁ ମଧ୍ୟ ଲୋକେ କୁଣ୍ଠାବୋଧ କରିଥାନ୍ତି। ‘ପ୍ୟାଡ୍‌ମ୍ୟାନ’ ହେଉଛି ସବୁ ବିଷୟ ବିରୋଧୀ ଏକ ନୂଆ ଚିନ୍ତାଧାରା ବିଶିଷ୍ଟ ଫିଲ୍ମ।

ଏହାସହ ମହିଳାଙ୍କ ସ୍ଵଚ୍ଛତା ନେଇ ସ୍ଵତନ୍ତ୍ର ବାର୍ତ୍ତା ମଧ୍ୟ ପ୍ରସାର କରିବାରେ ଲାଗିଛନ୍ତି ଅକ୍ଷୟ। ତେବେ ଏହି ଫିଲ୍ମ ପ୍ରଚାର ଏବଂ ବାର୍ତ୍ତା ପ୍ରସାର ଲାଗି ଏକ ଭିନ୍ନ ପଦକ୍ଷେପ ଅବଲମ୍ବନ କରିଛନ୍ତି ଅକ୍ଷୟ।

ସେଲିବ୍ରିଟିମାନଙ୍କୁ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’ ଦେଇ ଚାଲିଛନ୍ତି ଅକ୍ଷୟ। ସେ ଯାହାକୁ ଏହି ଚ୍ୟାଲେଞ୍ଜ୍‌ ଦେବେ ସମ୍ପୃକ୍ତ ସେଲିବ୍ରିଟି ଜଣକ ହାତରେ ସାନିଟାରି ପ୍ୟାଡ୍‌ ଧରି ମିଡିଆରେ ଫଟୋ ଅଫ୍‌ଲୋଡ୍‌ କରିବ। ସହୃଦୟତାର ସହ ସେଲିବ୍ରିଟିମାନେ ତାଙ୍କର ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ଚାଲିଛନ୍ତି।

ଅକ୍ଷୟଙ୍କ ଚ୍ୟାଲେଞ୍ଜ୍‌କୁ ସ୍ଵୀକାର କରି ‘ପଦ୍ମାବତ୍‌’ ଅଭିନେତ୍ରୀ ଦୀପିକା ପାଦୁକୋନ ସଦ୍ୟ ଭାବେ ହାତରେ ପ୍ୟାଡ୍‌ ଧରି ନିଜର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି।

ଏଭଳି ଏକ ଚ୍ୟାଲେଞ୍ଜ୍‌ ଲାଗି ତାଙ୍କୁ ଚୟନ କରିଥିବା ଦୀପିକା ଅକ୍ଷୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସଚେତନତା ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ହାତରେ ଫ୍ୟାଡ୍‌ ଧରି ଏଭଳି ଫଟୋ ଉଠାଇବା ବନ୍ଧୁମାନଙ୍କୁ ଟ୍ୟାଗ୍‌ କରିବା ଲାଗି ମଧ୍ୟ ଦୀପିକା ପ୍ରଶଂସକଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଭିଡିଓ ସହ ସେ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ପି.ଭି. ସିନ୍ଧୁଙ୍କୁ ଦୀପିକା ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’ ଦେଇଛନ୍ତି।

ଏହାପୂର୍ବରୁ ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ’କୁ ଅମିର ଖାନ୍‌, ଟ୍ଵିଙ୍କଲ ଖାନ୍ନା, ଅଦିତି ରାଓ ହାଇଦରି, ଶବାନା ଆଜ୍‌ମୀ, ସୋନମ କପୁର, ଅନୀଲ କପୁର, ମାଧୁରୀ ଦିକ୍ଷିତ୍ ମଧ୍ୟ ଗ୍ରହଣ କରି ସାରିଛନ୍ତି।

ଆର୍ ବାଲ୍‌କୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ସୋନମ କପୁର, ରାଧିକା ଆପ୍‌ତେ ପ୍ରମୁଖ ଅଭିନୟ କରିଛନ୍ତି।

Comment