ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ସୁନ୍ଦରୀ ସୋନମ କପୁରଙ୍କ ଘରେ ଖୁବ୍‌ଶିଘ୍ର ସାହାନାଇ ବାଜିବାକୁ ଯାଉଛି। ବୟଫ୍ରେଣ୍ଡ୍ ଆନନ୍ଦ ଆହୁଜାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଅନୀଲ୍ କପୁରଙ୍କ ତନୟା ସୋନମ୍‌ କପୁର।

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ୍‌ କୋହଲିଙ୍କ ବିବାହ ପରେ ଏଥର ବଲିଉଡର ଆଗଧାଡ଼ିର ନାୟିକା ସୋନମ କପୁରଙ୍କ ପାଳି ପଡ଼ିଛି।

ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି ଯେ ସୋନମ୍‌ କପୁର ତାଙ୍କର ବୟଫ୍ରେଣ୍ଡ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଏ ବର୍ଷ। କିଛି ଦିନତଳେ ଆହୁରି ମଧ୍ୟ ଶୁଣିବାକୁ ମିଳିଲା ଯେ ସେ ଏଇ ଫେବୃଆରି ମାସରେ ବାହା ହେବେ। ହେଲେ ଏବେ ଯେଉଁ ଖବର ମିଳିଛି ଏହି ପ୍ରେମୀଯୁଗଳ ଆସନ୍ତା ଜୁନ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ସୋନମ୍‌ କପୁର ଏବଂ ଆନନ୍ଦ ଆହୁଜା ଆଗାମୀ ଜୁନ ମାସରେ ଦିଲ୍ଲୀ ବା ଜୟପୁରରେ ବିବାହ କରିବେ।

ଏଥିପାଇଁ ୩୦୦ଜଣ ଅତିଥି ଏବଂ ସମ୍ପର୍କୀୟଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ବାହାଘରର ଆୟୋଜନ ଦାୟିତ୍ୱ ମୋହିତ ମାରଓ୍ଵାଙ୍କୁ ଦିଆଯାଇଛି।ଏହାକୁ ଗୋପନ ରଖିବାକୁ ପ୍ରୟାସ କରାଯାଉଛି।

ସୋନମଙ୍କ ଭାଇ ହର୍ଷବର୍ଦ୍ଧନ କପୁର ନିକଟରେ ଆନନ୍ଦଙ୍କ ପରିବାଲୋକଙ୍କୁ ଭେଟିଥିଲେ। ତାପରେ ଏହା ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଉଛି ଯେ ହର୍ଷବର୍ଦ୍ଧନ କପୁର ତାଙ୍କ ଭାବି ଭିଣୋଇ ଆନନ୍ଦ ଆହୁଜାଙ୍କ ମଧ୍ୟରେ ଖୁବ୍‌ ବନ୍ଧୁତା ରହିଛି।

ଏଣେ ସୋନମ୍‌ କପୁରଙ୍କ ନୂଆ ସିନେମା ‘ବୀର୍‌ ଦା ଓ୍ଵଡ଼ିଂ’ ବି ଜୁନ୍‌ ୧ ତାରିଖରେ ରିଲିଜ୍‌ ହେଉଛି। ଏହାପରେ ସେ ବିବାହ କରିବେ। ଏଥିପାଇଁ ସେ ଅନ୍ୟ କୌଣସି ନୂଆ ସିନେମା ସାଇନ୍‌ କରୁ ନଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here