ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡ଼ର ଚୁଲବୁଲୀ ନାୟିକା ହେଉଛନ୍ତି କାଟ୍ରିନା କୈଫ୍। ‘ବୁମ୍’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ‘ଟାଇଗର୍‌ ଜିନ୍ଦା ହୈ’ ପର୍ଯ୍ୟନ୍ତ ପ୍ରତିଟି ଫିଲ୍ମରେ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି କ୍ୟାଟ୍।

ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ କେବଳ ଦର୍ଶକ ପସନ୍ଦ କରନ୍ତି ନାହିଁ, ବରଂ ସେ ସବୁଟଫ୍ ହିରୋଙ୍କର ବି ପ୍ରଥମ ପସନ୍ଦ ଓ ନିର୍ମାତା- ନିର୍ଦ୍ଦେଶକଙ୍କର ବି ପ୍ରିୟ। ଏମାନଙ୍କ ଭିତରୁ ଜଣେ ହେଲେ କାଟ୍ରିନା କୈଫ୍ ତେବେ ସେ କାହିଁକି ସମସ୍ତଙ୍କର ପ୍ରିୟ ତାହା ଏବେ ଆଲୋଚନା କରିବା।

କାଟ୍ରିନାଙ୍କ ସରଳତା-

ବଲିଉଡ଼ରେ କାଟ୍ରିନା କୈଫ୍ ନିଜର ସରଳତା ପାଇଁ ଅନ୍ୟ ନାୟିକାଙ୍କଠୁ ଆଗରେ। ସେ ‘ବୁମ୍’ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡ଼ରେ ପ୍ରବେଶ କରିଥିଲେ। ତାହା ଫ୍ଲପ୍ ହୋଇଥିଲେ ବି ପରେ ‘ମେନେ ପ୍ୟାର କ୍ୟୁଁ କିୟା’ ‘ସରକାର’ ଓ ‘ପାର୍ଟନର’ ଭଳି ହିଟ୍ ସିନେମାରେ ନାୟିକା ହେବା ପରେ ଟପ୍ ହିରୋଇନର ମାନ୍ୟତା ପାଇଥିଲେ। ପ୍ରଥମ ସିନେମାରେ ତାଙ୍କ ଭିତରେ ଯେଉଁ ସରଳତା ଥିଲା ଆଜି ବଲିଉଡ଼ରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ବି ସମାନ କଥା ଦେଖିବାକୁ ମିଳେ। ଅନ୍ୟ ନାୟିକାମାନଙ୍କ ଭଳି ତାଙ୍କର ନଖରାମି ନାହିଁ ବୋଲି ତାଙ୍କ ସହିତ କାମ କରିଥିବା ଅଧିକାଂଶ ନିର୍ଦ୍ଦେଶକଙ୍କ ମତ।

କୌଣସି ଶିବିରରେ ନାହାନ୍ତି-

ବଲିଉଡରେ ଅଧିକାଂଶ କଳାକାର କୌଣସି ଏକ ନିର୍ମାତା/ ନିର୍ଦ୍ଦେଶକ/ ହିରୋଙ୍କ ଶିବିରରେ ନିୟମିତ କାମ କରିଥାନ୍ତି। ଏମାନେ ଗ୍ରୁପିଜିମ୍ ଭିତରେ ରହି କାମ କରନ୍ତି। ହେଲେ ଏ କ୍ଷେତ୍ରରେ କାଟ୍ରିନା ଜଣେ ବ୍ୟତିକ୍ରମ। ସେ ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସହିତ “ଜବ ତକ୍ ହେ ଜାନ୍” ଓ “ଜିରୋ” ଭଳି ଫିଲ୍ମରେ କାମ କରିଛନ୍ତି, ତେଣେ ତାଙ୍କର ପ୍ରତିଦ୍ଵନ୍ଦୀ ବୋଲି କୁହାଯାଉଥିବା ସଲମନ ଖାନ୍‌ଙ୍କ ବିପକ୍ଷରେ ‘ମେନେ ପ୍ୟାର୍ କ୍ୟୁ କିଆ’ ‘ଏକ୍ ଥା ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ ଆଦି ସିନେମାରେ ନାୟିକା ବନିଛନ୍ତି। ଖାଲି ସେତିକି ନୁହେଁ ସେ ଅମିର ଖାନ୍‌ଙ୍କ ସହ ‘ଧୁମ୍ ୩’ ଓ ହିତିକ୍ ରୋଶନଙ୍କ ବିପକ୍ଷରେ ‘ୟେ ଜିନ୍ଦେଗି ନା ମିଲେଗି ଦୁବାରା’ ଓ ‘ବ୍ୟାଙ୍ଗ୍ ବ୍ୟାଙ୍ଗ୍’ ଭଳି ସିନେମାରେ ନଜର ଆସିଛନ୍ତି। ଏକଦା ଅକ୍ଷୟ କୁମାରଙ୍କ ସହିତ “ହମ୍ କୋ ଦିବାନା କର ଗୟେ’ ଭଳି ସିନେମାରେ ବି କାମ କରିଛନ୍ତି କାଟ୍ରିନା।

ଡେବିଡ୍ ଧାବନଙ୍କଠୁ ଆରମ୍ଭ କରି ଅଲି ଆବ୍ରାହମ୍ ଜାଫରଙ୍କ ଭଳି ନିର୍ଦ୍ଦେଶକଙ୍କ ଟିମରେ କାମ କରିଛନ୍ତି। ଠିକ୍ ସେହିଭଳି ୟସରାଜ୍ ଫିଲ୍ମସ ଭଳି ବିଗ୍ ବ୍ୟାନରଙ୍କୁ ଯେତିକି ଗୁରୁତ୍ଵ ଦିଅନ୍ତି ଅନ୍ୟ ବ୍ୟାନରରେ କାମ କରିବା ବେଳେ ବି ତାଙ୍କୁ ସେତିକି ମହତ୍ଵ ଦେଇଥାନ୍ତି।

ଲଗାତର ହିଟ୍ ନେଇଆସୁଛନ୍ତି

କାଟ୍ରିନା କୈଫ୍ ବଲିଉଡ଼ର ସବୁ ଟପ୍ ହିରୋଙ୍କ ସହିତ ଲଗାତାର ହିଟ୍ ଫିଲ୍ମ ଦେଇଆସିଛନ୍ତି। ଏହା ମଧ୍ୟ ତାଙ୍କୁ ପସନ୍ଦ କରାଯିବାର ଅନ୍ୟତମ କାରଣ ବୋଲି କୁହାଯାଉଛି। କାଟ୍ରିନାଙ୍କ ଅଭିନିତ ହିଟ୍ ଫିଲ୍ମ ଭିତରେ ରହିଛି ମେନେ ପ୍ୟାର୍ କ୍ୟୁ କିଆ, ସରକାର, ପାର୍ଟନର, ଧୁମ୍ ୩, ଏକ୍ ଥା ଟାଇଗର, ‘ଏ ଜିନ୍ଦେଗି ନା ମିଲେଗି ଦୁବାରା’, ‘ବ୍ୟାଙ୍ଗ ବ୍ୟାଙ୍ଗ୍’, ‘ଅଜବ ପ୍ରେମକି ଗଜବ କାହାଣୀ’, ‘ରାଜନୀତି’, ‘ଜବତକ୍ ହେ ଯାନ୍’,

ପ୍ରାଇଜରେ କମ୍ପ୍ରମାଇଜ୍ କରନ୍ତି –

ଅଧିକାଂଶ ନିର୍ମାତାଙ୍କ ମତ ହେଲା ଯେ କ୍ୟାଟ୍ରିନା କୈଫ୍ ପ୍ରାଇସ୍‌କୁ ନେଇ ଆଦୌ ରିଜିଡ୍ ନୁହନ୍ତି। ସେ ରୋଲ୍ ପସନ୍ଦ ଆସିଲେ ବା ପ୍ରଯୋଜକଙ୍କ ଅକ୍ଷମତାକୁ ହୃଦୟଙ୍ଗମ କଲେ ଏବଂ ଛୋଟ ବଜେଟରେ ଫିଲ୍ମ ହେଲେ କମ୍ ପାରିଶ୍ରମିକରେ ବି କମ୍ କରିବାକୁ ରାଜି ହୋଇଥାନ୍ତି। ଏହି କାରଣରୁ ସେ ଦିପିକା ପାଦୁକନ୍, ପ୍ରିୟଙ୍କା ଚୋପ୍ରା ଓ କରିନା କପୁରଙ୍କ ଅପେକ୍ଷା ପ୍ରଯୋଜକଙ୍କ ଅଧିକ ପସନ୍ଦ।

ସବୁବେଳେ ଚର୍ଚ୍ଚାରେ-

କାଟ୍ରିନା କୈଫ୍ ବଲିଉଡରେ ଏଣ୍ଟ୍ରି ଦେବାଦିନଠୁ ଆଜିଯାଏ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏହି କାରଣରୁ ତାଙ୍କୁ ଅଧିକ ପସନ୍ଦ କରନ୍ତି ସମସ୍ତେ। ସେ ନିଜର ବ୍ୟକ୍ତିଗତ ଜୀବନରେ ସଲମନ୍ ଖାନ୍‌ଙ୍କ ସହ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିଲେ। ପୁଣି ବ୍ରେକଅପ୍ ପାଇଁ ଚର୍ଚ୍ଚିତ ହୋଇଥିଲେ। ଏହା ପରେ କାଟ୍ରିନା ରଣବୀର କପୁରଙ୍କ ସହ ପ୍ରେମ ସମ୍ପର୍କ ରଖି ପୁଣି ବ୍ରେକ୍ ଅପ୍ ହେଲା ସେ ଦୁହିଁଙ୍କର। ଏଥିପାଇଁ ବି ଚର୍ଚ୍ଚାରେ ରହିଥିଲେ। ଦୁଇ ଜଣ ନାୟିକା ଥିବା ସିନେମାରେ ବି କାମ କରୁଥିବା ହେତୁ ବି ଚର୍ଚ୍ଚାରେ ରହନ୍ତି କାଟ୍ରିନା।

Comment