ଓଡ଼ିଶାଲାଇଭ୍ ବ୍ୟୁରୋ
ନୋଟବନ୍ଦୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆର୍ଏସ୍ଏସ୍ ଉପରେ ବର୍ଷିଛନ୍ତି। ନୋଟବନ୍ଦୀ କରିବା ପାଇଁ ରିଜର୍ଭ ବ୍ୟାଙ୍କ ନୁହେଁ, ବରଂ ସଂଘ ପରିବାର ଏହି ଆଇଡିଆ ଦେଇଥିଲା ବୋଲି ରାହୁଲ କର୍ଣ୍ଣାଟକରେ କହିଛନ୍ତି।
କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରାହୁଲ୍ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ୪ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଥିବା ରାହୁଲ୍ ନୋଟବନ୍ଦୀକୁ ନେଇ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି।
ଏଚକେଇଏସ୍ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ୍ କହିଥିଲେ, “୨୦୧୬ରେ ହୋଇଥିବା ବିମୁଦ୍ରାକରଣ ନୀତି ସମ୍ପର୍କରେ ଆର୍ବିଆଇ ପକ୍ଷରୁ କୌଣସି ଆଇଡିଆ ଦିଆଯାଇ ନଥିଲା। ଅର୍ଥମନ୍ତ୍ରୀ କିମ୍ବା ଅର୍ଥ ମନ୍ତ୍ରାଳୟର କୌଣସି ବରିଷ୍ଠ ଅଧିକାରୀ ବି ଏ ସମ୍ପର୍କରେ ଜାଣି ନଥିଲେ। ଆର୍ଏସ୍ଏସ୍ର ଜଣେ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ନୋଟବନ୍ଦୀ ଆଇଡିଆ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରି ନେଇଥିଲେ।”
ରାହୁଲ ଆହୁରି କହିଥିଲେ ଯେ ବିଜେପି ହିନ୍ଦୁସ୍ତାନର ବିଭିନ୍ନ ସଂସ୍ଥାକୁ କବ୍ଜା କରିବାକୁ ଚାହୁଁଛି। ଆଉ ଆର୍ଏସ୍ଏସ୍ ଏହିସବୁ ସଂସ୍ଥାରେ ନିଜ ଲୋକଙ୍କୁ ଭର୍ତ୍ତି କରିବାକୁ ପ୍ରୟାସ କରୁଛି। ରାହୁଲ ୪ ଦିନିଆ ଗସ୍ତରେ ବିଭିନ୍ନ ମଠ, ମନ୍ଦିର ପରିଦର୍ଶନରେ ଯାଉଛନ୍ତି।