ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ କ୍ରିକେଟର୍ ବିରାଟ କୋହଲିଙ୍କୁ ବିବାହ କରିବା ପରେ ଅନୁଷ୍କା ଚଳଚ୍ଚିତ୍ର ଜଗତକୁ ପୁଣି ଫେରିଛନ୍ତି। ଇତିମଧ୍ୟରେ ତାଙ୍କ ଦ୍ଵାରା ଅଭିନୀତ ‘ସୁଇ ଧାଗା’ର ଟ୍ରେଲର୍‌ ରିଲିଜ୍‌ ହୋଯାଇଛି। ଗାଉଁଲି ବୋହୂ ଭାବେ ଅନୁଷ୍କା ଏହି ଫିଲ୍ମରେ ନଜର ଆସୁଛନ୍ତି।

ବରୁଣ ଧାୱନ ଏବଂ ଅନୁଷ୍କାଙ୍କର ଆଗାମୀ ସିନେମା‘ସୁଇ ଧାଗା’ର ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ ଅନୁଷ୍କା ଜଣେ ଗାଉଁଲି ଚରିତ୍ରରେ ନଜର ଆସୁଥିବାବେଳେ ବରୁଣ ସିଲେଇ ମେସିନ୍‌ ଚଳାଉଥିବା ଦେଖାଯାଇଛି। ବରୁଣ ଓ ଅନୁଷ୍କାଙ୍କ ଚରିତ୍ରର ନାଁ ରହିଛି ମୌଜି ଓ ମମତା।

ଶରତ କଟାରିୟାଙ୍କ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ କାହାଣୀକୁ ମଧ୍ୟ ସେ ନିଜେ ଲେଖିଛନ୍ତି।

କିଛିଦିନ ତଳେ ଅନୁଷ୍କା ‘ସୁଇ ଧାଗା’ ଫିଲ୍ମ ସୁଟିଂ ବେଳର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡିଥିଲେ। ଏହି ଫଟୋରେ ଅନୁଷ୍କା ଛୁଞ୍ଚି ସୂତା ଧରି ସିଲେଇ କରୁଥିବାର ଦେଖାଯାଇଛି।

ଅନୁଷ୍କା ଫଟୋ ସହ ହିନ୍ଦୀରେ କ୍ୟାପସନ ଲେଖିଛନ୍ତି , ‘କତରତ ସେ ବୁନି କାହାଣୀ , ପାବନ୍ଧ ଳଗା କେ ହୈ ସୁନାନୀ- ସୁଇଧାଗା’ । ଏହି ଫଟୋରେ ସେ ଅତି ସାଧାରଣ ପୋଷାକ ପରିଧାନ କରିଥିବାର ଦେଖାଯାଇଛନ୍ତି ।

ୟଶରାଜ ଫିଲ୍ମ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ଅନୁଷ୍କା ସିଲେଇ ଶିଖିବା ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆକୁ ଆସିଥିଲା ଯେଉଁଥିରେ ବରୁଣ ଧାୱନ ସିଲେଇ ମେସିନ ଧରିଥିବା ଦେଖାଯାଇଥିଲେ ।

ଅନୁଷ୍କା ଚଳିତ ଜାନୁଆରିରୁ ପୁଣି ଥରେ ଫୁଲ ଦମରେ କାମ ଆରମ୍ଭ କରିଛନ୍ତି। ‘ସୁଇଧାଗେ’ ଆସନ୍ତା ୨୮ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ‘ସୁଇଧାଗେ’ ସହ ‘ଜିରୋ’ ଏବଂ ‘ପରୀ’ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ରହିଛନ୍ତି ଅନୁଷ୍କା ଶର୍ମା ।

Comment