ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ଡିସେମ୍ବରରେ ହେବାକୁ ଥିବା ହକି ୱାର୍ଲ୍ଡ କପ୍ ସମୀକ୍ଷା ବୈଠକରେ ଯୋଗଦେବେ।

ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ ସମ୍ପର୍କରେ ବିବୃତି ଦେଇଛନ୍ତି। ବିଜେପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ ବୋଲି ଦୃଢ଼ତାର ସହ କହିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଆମେ ବିଭିନ୍ନ ଉନ୍ନୟନମୂଳକ କାମ କରିଛୁ। ଜନମଙ୍ଗଳକାରୀ ଯୋଜନା ମଧ୍ୟ ପ୍ରଣୟନ କରିଛୁ। ଏହାକୁ ଆଧାର କରି ଆମେ ବଡ଼ ବ୍ୟବଧାନରେ ବିଜେପୁର ଉପ-ନିର୍ବାଚନରେ ବିଜୟୀ ହେବୁ।”

ନବୀନ ପଟ୍ଟନାୟକ ୧୯ ଏବଂ ୨୧ ତାରିଖରେ ବିଜେପୁର ଯିବେ। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ।

୨୪ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ହେବ ମତଦାନ। ଏଥିପାଇଁ ଜୋରଦାର ହେଉଛି ପ୍ରଚାର। ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ପାଇଁ ଷ୍ଟାର କ୍ୟାମ୍ପେନର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଅଭିନେତା, ଅଭିନେତ୍ରୀମାନେ ବିଜେପୁରରେ ଭିଡ଼ ଜମାଇ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି।

Comment