ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଳଦୀପରେ ରାଜନୈତିକ ସଙ୍କଟ ଲାଗି ରହିଛି। ମଙ୍ଗଳବାର ସଂସଦକୁ ଘେରାଉ କରିଥିବା ସେନା ବୁଧବାର ସଂସଦକୁ କବ୍‌ଜା କରିଛି।

ମାଳଦୀପରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଲାଗି ରହିଛି ଅସ୍ଥିରତା। ଶାସନ କଳକୁ ନିଜ ଅକ୍ତିଆରକୁ ନେବାକୁ ଲାଗିଛନ୍ତି ସେନା ବାହିନୀ। ସେନା ବୁଧବାର ମାଳଦୀପ ସଂସଦକୁ କବ୍‌ଜା କରିଛନ୍ତି। ସୈନିକମାନେ ସଂସଦରେ ଉପସ୍ଥିତ ଥିବା ସାଂସଦମାନଙ୍କୁ ବାହାରକୁ ଭିଡ଼ି ଆଣିଥିଲେ।

ମାଲଦିବିୟନ୍ ଡେମୋକ୍ରାଟିକ୍ ପାର୍ଟିର ମହାସଚିବ ଅବଦୁଲ ସ୍ତାର ଟୁଇଟ୍ କରିଛନ୍ତି, “ସୁରକ୍ଷା କର୍ମୀମାନେ ସାଂସଦମାନଙ୍କୁ ସଂସଦ ପରିସରରୁ ବାହାରକୁ ଟାଣି ଆଣିଥିଲେ। ଚିଫ ଜଷ୍ଟିସ୍ ଅବଦୁଲ୍ଲା ସୟିଦଙ୍କୁ ମଧ୍ୟ ତାଙ୍କ ଚାମ୍ବରରୁ ସୈନିକମାନେ ବାହାରକୁ ଟାଣି ଆଣିଥିଲେ।”

ସୁରକ୍ଷା କର୍ମୀ ମଙ୍ଗଳବାର ସଂସଦର ଚାରିପଟେ ଘେରି ଯାଇଥିଲେ। ସାଂସଦଙ୍କୁ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ ସୁରକ୍ଷା କର୍ମୀ। ରାଜନୈତିକ ଆରମ୍ଭ ହେବା ଦିନ ମାଳଦୀପ ରାଷ୍ଟ୍ରପତି ଏବଂ ନ୍ୟାୟପାଳିକା ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ୟୁରୋପ, ଜର୍ମାନ ଏବଂ ବ୍ରିଟେନ ପ୍ରତିନିଧିଙ୍କୁ ଭେଟିବା ପାଇଁ ମନା କରି ଦେଇଛନ୍ତି।

କାହିଁକି ସଙ୍କଟ

ମାଳଦୀପର ୯ ରାଜନୈତିକ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍, ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଅଦିବଙ୍କ ଭଳି କିଛି ନେତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ହେଲେ ରାଷ୍ଟ୍ରପତି ୟାମିନ୍ ଏହି ଆଦେଶ ଗ୍ରହଣ ନକରିବା ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଗିରଫ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପ୍ରତ୍ୟାହାର କରି ନେଇଥିଲେ। ଏହାକୁ ନେଇ ମାଳଦୀପରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here