ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି କକିଛି ଗୀତ ରହିଛି ଅସଲରେ ଯାହା ଅନୁସାରେ କାର୍ଯ୍ୟ କଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ!

ଗୀତ ଭଲ ହେଉ ଅବା ଖରାପ୍। ଗୀତର ସ୍ଵର ଯାହା ବି ହେଉନା କାହିଁକି ଗୀତର ତାଳେତାଳେ ଝୁମିଉଠିବା ହେଉଛି ଶ୍ରୋତାଙ୍କ କାମ। କିନ୍ତୁ କେବେ ଶୁଣିଛନ୍ତି କି ଗୀତ ଗାଇବା ବି ଆପଣଙ୍କ ପାଇଁ ସଜ୍ଜା ହୋଇପାରେ।

ତେବେ ଆସନ୍ତୁ ଜାଣିବା ବଲିଉଡରେ କେଉଁ ଗୀତକୁ ଗାଇବା ଦ୍ଵାରା ହୋଇପାରେ ଅପରାଧ।

୧.

ମେଁ ଲୈଲା-ଲୈଲା ଚିଲାଉଙ୍ଗା କୁର୍ତ୍ତା ଫାଡ୍ କେ

ମେଁ ମଜନୁ-ମଜନୁ ଚିଲାଉଙ୍ଗି

କୁର୍ତ୍ତା ଫାଡ୍ କେ

ଏହି ଗୀତରେ କୁର୍ତ୍ତା ଫାଡିବାର କଥା କୁହାଯାଉଛି। ସର୍ବସାଧାରଣ ସ୍ଥାନରେ କୁର୍ତ୍ତା ଫାଡିବା କଥା କହିବା ଅପରାଧ। ଭାରତୀୟ ଆଇନର ଧାରା ୨୯୪ ଅନୁଯାୟୀ ଏମାନଙ୍କ ଉପରେ କେସ୍‌ ଚାଲିପାରିବ। ଜରିମନା ସହ ତିନି ମାସର ସଜ୍ଜା ମଧ୍ୟ ଭୋଗିବାକୁ ପଡିପାରେ।

୨.

ତୁ ମାଇକେ ଚଲି ଯାଏଗି, ମେଁ ଡଣ୍ଡା ଲେକର ଆଉଙ୍ଗା

ଏହି ଗୀତ ଗାଉଥିବା ବ୍ୟକ୍ତି ଉପରେ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଲାଗିପାରେ । ଯଦି ତାଙ୍କ ପତ୍ନୀ ପୁଲିସରେ କେସ୍ କରନ୍ତି ତେବେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆସିପାରେ ତାଙ୍କ ନାଁରେ। ଏହି କେସ୍‌ରେ ଜରିମନା ସହ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି।

୩.

ଝୁଟ୍‌ ବୋଲେ କୱା କାଟେ

କାଲେ କୱେ ସେ ଡରିଓ

ମେଁ ତେରି ସୌତନ୍‌ ଲାଙ୍ଗା

ତୁମ୍‌ ଦେଖ୍‌ତି ରହିଓ

ଏହି ଗୀତ ଉପରେ ଆଇପିସି ଧାରା ୪୯୪ ଲାଗିପାରେ। ଆଇନ୍‌ ଅନୁସାରେ କୌଣସି ବ୍ୟକ୍ତି ବା ମହିଳା ନିଜ ପତ୍ନୀ ବା ସ୍ଵାମୀ ଥାଉଥାଉ ଅନ୍ୟ କାହାକୁ ଦ୍ଵିତୀୟ ବିବାହ କରିପାରିବେନି। ଏହା କରିବା ପୂର୍ବରୁ ଆପଣଙ୍କୁ ତଲାକ୍‌ ନେବାକୁ ପଡିବ। ତେଣୁ ପତ୍ନୀ ଥାଇ ସଉତୁଣୀ ଆଣିବା କଥା ଚିନ୍ତା କରିବା ଆଇନ ଅନୁଯାୟୀ ଅପରାଧ।

୪.

ତେରେ ଘର୍‌ କେ ସାମ୍‌ନେ ଏକ ଘର୍ ବନାଉଙ୍ଗା

ଯଦି ପ୍ରିୟା ଘର ଆଗରେ ଯାଗା କିଣିଛନ୍ତି ତ ତେବେ ଠିକ୍ ନଚେତ୍‌ ଆଇପିସି ଧାରା ୨୪୭ ଅନୂଯାୟୀ ଦଣ୍ଡିତ ହେବାକୁ ପଡ଼ିବ। ଘର ଭାଙ୍ଗିବା ସହ ଜରିମନା ଓ ଜେଲ୍‌ ହୋଇପାରେ।

୫.

ସାତ ସମୁନ୍ଦର ପାର୍‌ ମେଁ ତେରେ ପିଛେ ପିଛେ ଆ ଗୟି

ଯେଉଁ ଏଜେଣ୍ଡା ସହକାରେ ଏହି ଗୀତରେ ନାୟିକା ଜଣକ ଗୀତଟିକୁ ଗାଇଛନ୍ତି ଅସଲରେ ଯଦି ସେହି ଅନୁସାରେ କାର୍ଯ୍ୟ କରାଯାଏ ତେବେ ୭ ସମୁଦ୍ର ପାର୍‌ ହେଲା ବେଳକୁ ଆପଣଙ୍କୁ ଧରାଯିବ। ବେଆଇନ୍‌ ଅନ୍ୟ ଦେଶକୁ ପଶିଯିବା କେସ୍‌ରେ ଆଣଙ୍କୁ ସଜ୍ଜା ହୋଇପାରେ।

୬.

ତେରା ପିଛା ନା ମେଁ ଛୋଡୁଙ୍ଗା ସୋନିୟେ

ଭେଜ୍‌ ଦେ ଚାହେ ଜେଲ୍‌ ମେଁ

ପ୍ୟାର୍‌ କେ ଇସ୍‌ ଖେଲ୍‌ ମେଁ

ଆଇପିସି ଧାରା ୩୫୪ ମୁତାବକ କୌଣସି ମହିଳାଙ୍କ ପିଛା କରିବା କିମ୍ବା ତାଙ୍କ ସହ ଜବରଦସ୍ତି କରିବା ଆଇନ ଅନୂଯାୟୀ ଅପରାଧ। ଏପରି କରୁଥିବା ବ୍ୟକ୍ତି ଉପରେ ଫାଇନ୍‌ ଦେବା ସହ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ।

 

Comment