ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଦା ଶରୀର ପାଇଁ ବେଶ୍‌ ଉପଯୋଗୀ। ହାଡ଼ ଯୋଡିବାଠାରୁ ଆରମ୍ଭ କରି କ୍ୟାନ୍ସର, ମେଦ ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ମୁଣ୍ଡବିନ୍ଧା, କାଶ, ଅଳସୁଆପଣ ଦୂର, ଚର୍ବି ହ୍ରାସରେ ସହାୟକ ହୋଇଥାଏ ଅଦା।

କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ଅଦାର ବହୁଳ ଭାବେ ବ୍ୟବହାର କରାଯାଇଥାଏ।

ଆସନ୍ତୁ ଜାଣିବା ଅଦାର ଉପକାରୀ ଗୁଣ ସବୁ କ’ଣ ରହିଛି….

ହାଡ ଯୋଡ଼ିବାରେ ସହାୟକ

ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା ଦାଗ ଓ ଭାଙ୍ଗି ଯାଇଥିବା ହାଡ ଯୋଡିବାରେ ସକ୍ଷମ ହୋଇଥାଏ ବହୁ ଔଷଧୀୟ ଗୁଣର ଅଧିକାରୀ ‘ଅଦା’।

କ୍ୟାନ୍ସର

କ୍ୟାନସର ପରି ଦୂରାରୋଗ୍ୟ ରୋଗକୁ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୋଇଥାଏ। ଅଦାକୁ ବ୍ୟବହାର କରି ମୁଖ୍ୟତଃ ଓଭାରିଆନ୍ କ୍ୟାନସରକୁ ଭଲ କରି ହେବ। ଏହି ଔଷଧକୁ ବ୍ୟବହାର କରିବା ବେଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବ୍ୟବହାର କରାଯାଇଥାଏ।

ମେଦ ହ୍ରାସ

ଅଦାର କିଛି ଖଣ୍ଡକୁ ଗରମ ପାଣିରେ ନିୟମିତ ଗ୍ରହଣ କଲେ ସ୍ଥୁଳତା ବା ମୋଟା ପା ହ୍ରାସ ହୋଇଥାଏ।

ରକ୍ତଚାପ ନିୟନ୍ତ୍ରଣ

ଏହି ରୋଗକୁ ଭଲ କରିବାକୁ ଅଦାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରାଯାଏ। ଅଦାରେ ପୋଟାସିୟମ ଓ ମାଗ୍ନେସିୟମ ଥିବାରୁ ଏହା ହାର୍ଟରେଟ୍ ଓ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ।

ମୁଣ୍ଡବିନ୍ଧା

ସେହିପରି ଅଦାକୁ ମୁଣ୍ଡବିନ୍ଧା ରୋଗକୁ ହ୍ରାସ କରିବାକୁ ମଧ୍ୟ ବ୍ୟବହାର କରାଯାଇଥାଏ। ମୁଣ୍ଡବିନ୍ଧା ବେଳେ ଗରମ ପାଣିରେ ଅଦାର ରସ ପକାଇ ବ୍ୟବହାର କଲେ ମୁଣ୍ଡବିନ୍ଧାରୁ ଆରକମ ମିଳିଥାଏ।

ହଜମପ୍ରକ୍ରିୟା ସହାୟକ

ଅଦା ସେବନ କଲେ ହଜମଶକ୍ତି ଭଲ ରହିଥାଏ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

କାଶ

ଯଦି କାଶ ହେଉଥାଏ ତେବେ ପାଟିରେ ଅଦା ଯାକିଲେ କାଶ ଭଲ ହୋଇଥାଏ।

ଅଳସୁଆପଣ ଦୂର

ଯଦି ଅଳସୁଆ ଲାଗୁଛି ତେବେ ଅଦାକୁ ଛେଚି ତା’ ରସକୁ ପ୍ରତ୍ୟେକ ଦିନ ଏକ ଚାମଚ ସେବନ କରିବା ଦ୍ଵାରା ଆଳସ୍ୟପଣ ଦୂର ହୋଇଥାଏ।

ଚର୍ବି ହ୍ରାସ

ଆରମ୍ଭରୁ ଆମେ ଜାଣଛେ ପାଚନକ୍ରିୟା ଅଦା ବେଶ୍ ସହାୟକ ହୋଇଥାଏ। ତେଣୁ ଅଦା ରସକୁ ଗରମ ପାଣିରେ ସେବନ କଲେ ପେଟର ଚର୍ବି ହ୍ରାସ ଘଟିଥାଏ।

Comment