ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ତଳେ ବଲିଉଡ ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ଟୁଇଟର୍‌ରେ ଷ୍ଟାଟସ୍‌ ଅପ୍‌ଡେଟ୍‌ କରି ଲେଖିଥିଲେ ମୋତେ ଝିଅ ମିଳିଗଲା। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ପକାଶ ପାଇଥିଲା କିଏ ସେ ଝିଅ। ସଲମାନ ଖୋଦ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି।

ବଲିଉଡରେ ନୂଆ ନୂଆ ଷ୍ଟାରମାନଙ୍କୁ ସୁଯୋଗ ଦିଅନ୍ତି ସଲମାନ ଖାନ୍‌। କ୍ୟାଟ୍ରିନା କୈଫ୍, ଦିଆ ମିର୍ଜା, ସୁରଜ ପଞ୍ଚୋଲି, ଆଥିଆ ସେଟ୍ଟୀଙ୍କ ଭଳି ଷ୍ଟାର୍‌ଙ୍କୁ ସୁଯୋଗ ଦେଇଛନ୍ତି।

ଏବେ ନିଜ ଭିଣୋଇ ଆୟୁଶ ଶର୍ମାଙ୍କୁ ପ୍ରଥମଥର ଏଣ୍ଟ୍ରି କରାଇଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଭାବେ ଓ୍ଵାରିନା ହୁସେନଙ୍କୁ ନେଇଛନ୍ତି।

ନିଜ ଭିଣୋଇଙ୍କ ପ୍ରଥମ ବଲିଉଡ଼ ଫିଲ୍ମର ପୋଷ୍ଟର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଭାଲେଣ୍ଟାଇନ ଡ଼େର ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟରରେ ଆୟୁଶ ଶର୍ମା ଗୋଟେ ଭେଲଭେଟ୍‌ର ପୋଷାକ ପିନ୍ଧିଥିବା ସହ ଦାଣ୍ଡିଆ ବାଡ଼ି ଧରିଥିବାର ଦେଖାଯାଇଛି। ତାଙ୍କ ସହ ଅଛନ୍ତି ଓ୍ଵାରିନା ହୁସେନ।

କିଛି ଦିନ ତଳେ ସଲମାନ ‘ମୁଝେ ଲଡ଼୍‍କି ମିଲ୍‌ ଗୟି’ ଲେଖି ସୋସିଆଲ୍ ମିଡ଼ିଆରେ ଷ୍ଟାଟସ୍ ଲେଖିଥିଲେ। ତାଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ବହୁତ ଖୁସି ହୋଇଯାଇଥିଲେ । କିନ୍ତୁ ପ୍ରଥମ ଟୁଇଟର କରିବାର କିଛି ସମୟ ପରେ ତାଙ୍କୁ ଭିଣୋଇଙ୍କ ଫିଲ୍ମ ପାଇଁ ଝିଅ ମିଳିଗଲା ବୋଲି ସ୍ପଷ୍ଟ କରିଥିଲେ ସଲମାନ। ତେବେ ଫିଲ୍ମ ‘ଲଭ୍‌ରାତ୍ରୀ’ର ପୋଷ୍ଟର ରିଲିଜ ପରେ ସମସ୍ତେ ଏହାକୁ ପସନ୍ଦ କରିବା ଆରମ୍ଭ କରି ଦେଇଛନ୍ତି।

୨୧ ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଲଭ୍‌ରାତ୍ରୀ’।

Comment