ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପ୍ୟାଡ୍‌ମ୍ୟାନ୍‌’ ଚଳଚ୍ଚିତ୍ର ଦେଖି ସାରିବା ପରେ ପୁଅ ଆରବର ପ୍ରତିକ୍ରିୟା ଦେଖି ଅକ୍ଷୟଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ରିଲିଜ୍‌ ହେବାର ମାତ୍ର ଦୁଇ ସପ୍ତାହ ହୋଇଛି। ବକ୍ସ ଅଫିସ୍‌ରେ ୬୮.୧୨ କୋଟି ଟଙ୍କା କମେଇ ସାରିଲାଣି।

ଦର୍ଶକ ଅକ୍ଷୟଙ୍କ ଅଭିନୟକୁ ତାରିଫ୍ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ?ଏହି ଫିଲ୍ମ ଦେଖିସାରିବା ପରେ ଅକ୍ଷୟଙ୍କ ପୁଅ ଆରବ୍‌ଙ୍କ କ’ଣ ପ୍ରତିକ୍ରିୟା ରହିଥିଲା।

ନିକଟରେ ଏହାର ଖୁଲାସା କରିଛନ୍ତି ଅକ୍ଷୟ କୁମାର। ‘ପ୍ୟାଡ୍‌ମ୍ୟାନ୍‌’ ଚଳଚ୍ଚିତ୍ର ଦେଖି ସାରିବା ପରେ ପୁଅ ଆରବର ପ୍ରତିକ୍ରିୟା ଦେଖି ଅକ୍ଷୟଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ଆରବ୍‌ ପ୍ୟାଡ୍‌ମ୍ୟାନ୍‌ ଦେଖି ଆସି ପିତା ଅକ୍ଷୟଙ୍କ ପିଠି ଥାପୁଡେଇ କହିଥିଲା କି ‘ଗୁଡ୍ ଜବ୍‌ ଡ୍ୟାଡ୍‌’। ପୁଅ ଠାରୁ ଏତିକି ପଦ କଥା ଶୁଣି ନିଜକୁ ଗର୍ବିତ ମନେ କରୁଛନ୍ତି ଖଲାଡି କୁମାର।

ଭଲ ପ୍ରମୋଶନ କରିବା ପରେ ମଧ୍ୟ ଫିଲ୍ମଟି ଦୁଇ ସପ୍ତାରେ ୧୦୦କୋଟି ଟଙ୍କା କମେଇ ପାରି ନାହିଁ ସତ, ମାତ୍ର କିନ୍ତୁ ଲୋକଙ୍କ ମନକୁ ଛୁଇଁ ପାରିଛି ଅକ୍ଷୟ କୁମାରଙ୍କ ଅଭିନୟ। ତା ସାଙ୍ଗକୁ ଫିଲ୍ମର କଥାବସ୍ତୁ।

ମହିଳାଙ୍କ ମାସିକ ଋତୁସ୍ରାବ ସମୟର ସତର୍କତା ଭଳି ସାମାଜିକ ବାର୍ତ୍ତା ଦେଉଥିବା ‘ପ୍ୟାଡ୍‌ମ୍ୟାନ୍‌’ ଚଳଚ୍ଚିତ୍ରରେ ଅଭିନୟ କରି ଅକ୍ଷୟ ବେଶ୍ ଖୁସି ଅଛନ୍ତି।

ଆର୍‌ ବାଲ୍‌କିଙ୍କ ନିର୍ଦ୍ଦେଶିତ ‘ଫ୍ୟାଡ୍‌ମ୍ୟାନ୍‌’ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ଵରେ ଥିଲେ ଅକ୍ଷୟଙ୍କ ପତ୍ନୀ ଟୁଇଙ୍କିଲ ଖାନ୍ନା।

Comment