ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵମଧ୍ୟ ରହିଛି। ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇଥାନ୍ତି।ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ବ୍ୟବହାର ହୋଇଥାଏ।

ଜାପାନରେ ଏହାକୁ ଆମିଶ ତରକାରି ସହ ରନ୍ଧାଯାଏ। ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ବୋଲି ନିକଟରେ ଆମେରିକୀୟ ଗବେଷକଗଣ ପ୍ରକାଶ କରିଛନ୍ତି।

ନିଦ୍ରାହୀନତା
ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଲାଭ ପ୍ରଦ।

ଅମ୍ଲ ରୋଗ

ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗରୁ ରକ୍ଷା ମିଳେ।

କାଶ ସମସ୍ୟା

ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।

ମଧୁମେହ

ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ନିୟନ୍ତ୍ରଣରେ ରହେ।

ହୃଦ୍‌ରୋଗ

ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ । ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ ଦେଇଛନ୍ତି।

ଗବେଷକଙ୍କ ମତରେ ବିଷାକ୍ତ ଛତୁ ଖାଇଦେଲେ,ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇଲେ ବିଷ କ୍ରିୟା ପ୍ରଭାବହୀନ ହୋଇଥାଏ।

 

Comment