ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ସୁପରହିରୋ ହ୍ରିତିକ୍ ରୋଶନ ଆଜିକାଲି ପାମ୍ପଡ ବିକୁଥିବା ନଜର ଆସିଛନ୍ତି।

ନିକଟରେ ରାଜସ୍ଥାନ ରାସ୍ତାରେ ପାମ୍ପଡ଼ ବିକୁଛନ୍ତି ବଲିଉଡ ଆକ୍ସନ ହିରୋ ହ୍ରିତିକ୍‌ ରୋଶନ୍। ରିଅଲ୍‌ରେ ନୁହେଁ ରିଲ୍‌ରେ ପାମ୍ପଡ଼ ବିକୁଛନ୍ତି ହ୍ରିତିକ୍‌। ନିଜ ଆଗାମୀ ବାସ୍ତବଧର୍ମୀ ଫିଲ୍ମ ‘ସୁପର୍‌ ୩୦’ ପାଇଁ ତାଙ୍କୁ ଏହି କାର୍ଯ୍ୟ କରିବାକୁ ପଡ଼ିଛି।

ହ୍ରିତିକ୍‌ ପାମ୍ପଡ଼ ବିକୁଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ହ୍ରିତିକ୍ ଏମିତି ବେଶରେ ପାମ୍ପଡ ବିକୁଛନ୍ତି ତାଙ୍କୁ ଚିହ୍ନିବା ପ୍ରଶଂସକଙ୍କ ପାଇଁ ନିହାତି କଷ୍ଟକର।

ବିହାରର ‘ସୁପର୍‌-୩୦’ ସଂସ୍ଥାପକ ତଥା ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ସଂଗ୍ରାମ ଉପରେ ଆଧାରିତ ହୋଇଛି ‘ସୁପର୍‌ ୩୦’ ଚଳଚ୍ଚିତ୍ର।

ପାମ୍ପଡ଼ ବିକିବା ବେଳର ଫଟୋ ଖୋଦ ହ୍ରିତିକ୍‌ ନିଜ ଇନଷ୍ଟାଗ୍ରାମରେ ଛାଡିଛନ୍ତି। ବିକାଶ ବହଲଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦର୍ଶକ ହ୍ରିତିକ୍‌ଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ। ଚଳଚ୍ଚିତ୍ରଟି ୨୦୧୯ ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବ।

ବିହାରରେ ‘ସୁପର-୩୦’ ସଂସ୍ଥା ନିର୍ମାଣ କରିଛନ୍ତି ଆନନ୍ଦ କୁମାର। ଗରିବ ପରିବାରର ମେଧାବୀ ପିଲାମାନଙ୍କୁ ଆଇଆଇଟି ପ୍ରବେଶ କରିବା ପାଇଁ ସହାୟତା କରିଥାଏ ଏହି ସଂସ୍ଥା। ଏଠାରେ ପଢି ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ପିଲା ଆଇଆଇଟି ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

 

Comment