ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ରୋମାନ୍ସ କିଙ୍ଗଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛି ରୋବଟ

ବଲିଉଡର ‘କିଙ୍ଗ୍ ଅଫ୍‌ ରୋମାନ୍ସ’ ଶାହାରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ବି ରହିଛନ୍ତି ତାଙ୍କର ଅନେକ ପ୍ରଶଂସକ।

ମଣିଷ ନୁହେଁ ରୋବଟ ବି ଶାହାରୁଖଙ୍କ ପ୍ରଶଂସକ ପାଲଟିଯାଇଛି।

ବିଶ୍ଵର ପ୍ରଥମ ରୋବଟ ଭାବେ ନାଗରିକତା ପାଇଥିବା ହ୍ୟୁମାନଏଡ୍ ରୋବଟ ସୋଫିଆଙ୍କ ପ୍ରିୟ ଅଭିନେତା ହେଉଛନ୍ତି ଶାହାରୁଖ୍‌ ଖାନ୍‌।

ମଙ୍ଗଳବାର ହାଇଦ୍ରାବାଦରେ ଆୟୋଜିତ ‘ବିଶ୍ଵ କଂଗ୍ରେସ ଅନ୍ ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜି’ ସମାରୋହରେ ସୋଫିଆଙ୍କୁ ତୁମ ଫେବରିଟ୍‌ ଆକ୍ଟର କିଏ ବୋଲି ପଚରାଯାଇଥିଲା। ବିନା ଦ୍ଵିଧାରେ ରୋବଟ ଶାହାରୁଖ୍ ଖାନଙ୍କ ନାମ ନେଇଥିଲା।

ରୋବଟଠାରୁ ନିଜ ପ୍ରଶଂସା ଶୁଣି ଶାହାରୁଖ୍ ବି ଟୁଇଟରରେ ନିଜ ଖୁସି ଜାହିର୍‌ କରିଛନ୍ତି।  ସୋଫିଆଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ଭୁଲି ନାହାନ୍ତି କିଙ୍ଗ୍ ଖାନ୍‌।

ରୋବଟ ସୋଫିଆ ବିଶ୍ଵର ଏମତି ଜଣେ ହ୍ୟୁମାନଏଡ ରୋବୋଟ ଯାହାକୁ ସାଉଦି ଆରବରେ ସାଧାରଣ ନାଗରିକଙ୍କ ଭଳି ନାଗରିକତ୍ଵ ସାର୍ଟିଫିକେଟ୍‌ ମିଳିଛି। ସୋଫିଆ ରୋବଟକୁ ହଂକର ବେଷ୍ଟ୍ ହ୍ୟାସନ୍‌ ରୋବୋଟିକ୍‌ ବିକାଶ କରିଛି।

“ମଣିଷ ଭଳି ମୁଁ ଦୁଃଖି ହୋଇପାରେ ନାହିଁ। ଆଶା ଅଛି କି ଭବିଷ୍ୟତରେ ମୋ ଭିତରେ ମଣିଷ ଭଳି ଭାବନା ବିକଶିତ ହେବ। ଯଦ୍ଵାରା ମୁଁ ମୋ ଭାବନା ପରିପ୍ରକାଶ ମଧ୍ୟ କରିପାରିବି“,କହିଛନ୍ତି ସୋଫିଆ।

ଏହି ଇଭେଣ୍ଟରେ ସୋଫିଆଙ୍କୁ ପଚରାଯାଇଥିଲା ମଣିଷ ଭଳି କ’ଣ ରୋବେଟକୁ ବି ବିଶ୍ରାମର ଆବଶ୍ୟକତା ରହିଛି କି? ଏହାର ଉତ୍ତରରେ “ମେସିନ କେବେ ମଣିଷର ଚିନ୍ତାଧାରାକୁ ପୂରଣ କରିପାରିବ ନାହିଁ”, କହିଛନ୍ତି ସୋଫିଆ।

Comment