ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଟୋମାକ୍ ପେନ୍ କମ୍ପାନିର ମାଲିକ ବିକ୍ରମ କୋଠାରୀ ଏବଂ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ସିବିଆଇ ଗିରଫ କରିଛି। ୩୬୯୫ କୋଟି ଟଙ୍କା ହେରଫେର ଅଭିଯୋଗରେ ଏହି ବାପା ପୁଅଙ୍କୁ ଗିରଫ କରାଯାଇଛି। ସିବିଆଇ ଏବଂ ଇଡି ଦୀର୍ଘଦିନ ଧରି ଉଭୟଙ୍କୁ ଜେରା କରୁଥିଲା।
ରୋଟୋମାକ୍ ପେନ୍ କମ୍ପାନିର ଅନେକ କାଗଜପତ୍ର ସିବିଆଇ ପୂର୍ବରୁ ଜବତ କରିଛି। ଦିଲ୍ଲୀସ୍ଥିତ କୋଠାରୀଙ୍କ ବାସଭବନ ଏବଂ କମ୍ପାନି ନିର୍ଦ୍ଦେଶକଙ୍କ ଅଫିସ ମଧ୍ୟ ସିଲ୍ କରାଯାଇଛି।
ବ୍ୟାଙ୍କ ଅଫ୍ ବରୋଦାର ଅଭିଯୋଗକୁ ଭିତ୍ତି କରି ସିବିଆଇ ବିକ୍ରମ କୋଠାରୀ, ତାଙ୍କ ସ୍ତ୍ରୀ ଏବଂ ପୁଅ ନାଁରେ ମନି ଲଣ୍ଡରିଂ ଆକ୍ଟର ଆଇନ୍ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ରୋଟମାକ କମ୍ପାନି ଉପରେ ୭ଟି ବ୍ୟାଙ୍କର ୩୬୯୫ କୋଟି ଟଙ୍କାର ବକେୟା ରହିଛି।
କୋଠାରୀ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୭, ୪୬୮ ଓ ୪୭୧ ଆଧାରରେ ମାମଲା ରୁଜୁ କରାଯାଇଛି। ପ୍ରିଭେନ୍ସନ୍ ଅଫ୍ କରପ୍ସନ ଆକ୍ଟ ୧୧୮ ଧାରା ୧୩(କ)ରେ ମଧ୍ୟ ମାମଲା କରିଛି ସିବିଆଇ।














