ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତରେ ଆଧୁନିକ ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ । ପୃଥିବୀର ଶ୍ରେଷ୍ଠ ବିଳାସପୂର୍ଣ୍ଣ ଯାନ ନିର୍ମାଣ ଏବଂ ସେବା ପ୍ରଦାନ କ୍ଷେତ୍ରରେ ଗ୍ରାହକଙ୍କ ଚାହିଦା ପୂରଣ କରିବ ଜାଗୁଆର ଲ୍ୟାଣ୍ଡ ରୋଭର । ଏହାର ନୂତନ ଡିଜାଇନିଂ ଗ୍ରାହକଙ୍କୁ ନୂଆ ଅଭିଜ୍ଞତା ଦେବା ସହିତ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇବ ।

ଜାଗୁଆର ଲ୍ୟାଣ୍ଡ ରୋଭର ବିଶ୍ୱର ଅଟୋମୋଟିଭ୍ ଶିଳ୍ପରେ ଏକ ଅନନ୍ୟ ସ୍ଥାନ ହାସଲ କରିପାରିଛି । ଲ୍ୟାଣ୍ଡ ରୋଭର ଏବଂ ଜାଗୁଆର ବ୍ରାଣ୍ଡ୍‌ର ବିଦ୍ୟୁତିକରଣ କାର୍ଯ୍ୟ ଜାରି ରହିଛି । ଲ୍ୟାଣ୍ଡ୍ ରୋଭର ଆଗାମୀ ୫ ବର୍ଷ ମଧ୍ୟରେ ୬ଟି ବୈଦ୍ୟୁତିକ ଯାନ ଭ୍ୟାରିଆଂଟ୍ ନିର୍ମାଣ କରିବ ।

୨୦୨୪ରେ ପ୍ରଥମ ବୈଦ୍ୟୁତିକ ଭ୍ୟାରିଆଂଟ୍‌ର ବଜାର ପ୍ରବେଶ କରିବ । ଜାଗୁଆରର ଏକ୍ସଜେ ପରିବର୍ତନ ଏକ ନୂତନ ବ୍ୟବସାୟିକ କ୍ଷେତ୍ର ସୃଷ୍ଟି କରିବାକୁ ସକ୍ଷମ ହେବ । ଏହା ସହିତ ଡିଜାଇନିଂ ଏବଂ ଜ୍ଞାନକୌଶଳରେ ମଧ୍ୟ ଆବଶ୍ୟକ ବିକାଶ କରାଯିବାର ଯୋଜନା ରହିଛି । ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ବିଦ୍ୟୁତ୍ ପାୱାର ନେମ୍‌ପ୍ଲେଟ୍ ପ୍ରସ୍ତୁତ କରିବ ।

ଜାଗୁଆର ଲ୍ୟାଣ୍ଡ ରୋଭର ୨୦୩୯ ସୁଦ୍ଧା ଜିରୋ କାର୍ବନ ଇମିସନ୍ ଲକ୍ଷ୍ୟ ହାସଲ ନେଇ କାର୍ଯ୍ୟ ଜାରି ରଖିଛି । ଆଗାମୀ ୧୨ ମାସ ମଧ୍ୟରେ ୟୁକେରେ ଏହାର ପ୍ରୋଟୋଟାଇପ୍ ଆସିବାର ଆଶା ରହିଛି । ଏଥିରେ ବାର୍ଷିକ ୨.୫ ବିଲିୟନ୍ ପାଉଣ୍ଡର ନିବେଶ କରାଯିବାର ଲକ୍ଷ୍ୟ ରହିଛି । ଚଳିତ ଆର୍ଥିକ ବର୍ଷରେ ଏହାର ପିଭୋଟାଲ ସବସ୍କ୍ରିପଶନ୍‌ରେ ୭୫୦ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ମଡ୍ୟୁଲାର ଲଙ୍ଗିଚ୍ୟୁଡନାଲ ଆର୍କିଟେକଚର, ଇଂଟରନାଲ କମ୍ବଶନ୍ ଇଞ୍ଜିନ୍ ଏବଂ ଇଲେକ୍ଟ୍ରିକ୍ ମଡ୍ୟୁଲାର ଆର୍କିଟେକଚର ଆଦିକୁ ଅନ୍ତର୍ଭୁକ୍ତ କରାଯିବ । ଏଥିରେ ଚାର୍ଜ ପ୍ଲସ୍ ବୈଶିଷ୍ଟ୍ୟକୁ ସାମିଲ କରାଯିବ ।

୨୦୨୦ ରେ ଜାଗୁଆର ଲ୍ୟାଣ୍ଡ ରୋଭର ୧୨୭ ଦେଶରେ ୪୨୫୯୭୪ ଯାନ ବିକ୍ରି କରିବାକୁ ସକ୍ଷମ ହୋଇପାରିଛି । ୟୁକେରେ ଏହାର ବ୍ୟାଟେରୀ ଓ ଇଞ୍ଜିନ ତିଆରି କରିବା କେନ୍ଦ୍ର ରହିଛି ।

Comment