ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବଜାରରେ ପ୍ରବେଶ କରିଛି ଲ୍ୟାଣ୍ଡ ରୋଭରର ନୂଆ ଡିଫେଣ୍ଡର। ଏହା ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଳୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନୋଏଡା, ପୁନେ, ରାୟପୁର, ବିଜୟୱାଡା, ସୁରାଟ ଆଦି ୨୪ଟି ସହରର ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏହାର ମୂଲ୍ୟ ୭୩.୯୮ ଲକ୍ଷରୁ ୭୯.୯୪ ଲକ୍ଷ ଟଙ୍କା ରହିଛି।

ଏଥିରେ ୨.୦ଲିଟର ଟୁର୍ବୋଚାର୍ଜଡ୍ ଫୋର୍- ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍, ୨୨୧ କିଲୋୱାଟ୍(୩୦୦ପିଏସ୍) ପେଟ୍ରୋଲ ପାୱାରା ଟ୍ରେନ୍, ୪୦୦ ଏନ୍ ଏମ୍ ଟର୍କ ଆଦି ବୈଶିଷ୍ଟ୍ୟ ରହିଛି। ଏଥିସହିତ ଭେରି ସ୍ପୋର୍ଟି୍ ୯୦( ୩ଡୋର) ଏବଂ ଭର୍ସାଟାଇଲ୍-୧୧୦(୫ ଡୋର୍) ଆଦି ୨ଟି ବଡି ଷ୍ଟାଇଲ୍‌ରେ ଏହା ଉପଲବ୍ଧ ହେଉଛି।

ଏଥିରେ ସଲିଡ୍ ଶୋଲଡର ଲାଇନ୍, ମିନିମାଲ ଫ୍ରଣ୍ଟ ଏବଂ ରିୟର ଓଭରହ୍ୟାଙ୍ଗ୍, ଆଲପାଇନ୍ ଲାଇଟ୍ ୱିଣ୍ଡୋ, ରାଉଣ୍ଡ୍ ହେଡ୍ ଲାଇଟ୍, ସାଇଡ୍ ରିୟର ଟେଲ୍ ଗେଟ୍ ଏବଂ ଏକ୍ସଟରନାଲ୍ ମାଉଣ୍ଟେଡ ସ୍ପିୟର ହ୍ୱିଲ୍ ଆଦି ବୈଶିଷ୍ଟ୍ୟ ରହିଛି। ସେହିପରି ଏହା ଫୁଜି ହ୍ୱାଇଟ୍, ଇଗର ଗ୍ରେ, ସାଟୋଂରିନ୍ ବ୍ଲାକ୍, ଇଣ୍ଡନ୍ ସିଲଭର, ଟାସମାନ୍ ବ୍ଲୁ, ପେଙ୍ଗିଆ ଗ୍ରୀନ୍, ଗୋଣ୍ଡାୱାନା ଷ୍ଟୋନ୍ ଆଦି ୭ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହା ସହିତ ଏଥିରେ ୱାଡେ ସେନସିଂ, ଇଲୋକଟ୍ରୋନିକ୍ ଏୟାର ସସ୍ପେନସନ୍, ସ୍ମାର୍ଟଫୋନ୍ ପ୍ୟାକ୍, କନେକ୍ଟେଡ୍ ନାଭିଗେଶନ୍ ପ୍ରୋ, ଅଫ୍-ରୋଡ୍ ଟାୟାର, ସେଣ୍ଟର କନସୋଲ୍ ସହିତ ଇଚ୍ଛାଧୀନ ରେଫ୍ରିଜେରେଟେଡ୍ କମ୍ପାର୍ଟମେଣ୍ଟ ମଧ୍ୟ ସୁବିଧା ରହିଛି।“ନୂଆ ଡିଫେଣ୍ଡରର ବଜାର ପ୍ରବେଶ ଲ୍ୟାଣ୍ଡରୋଭର ପାଇଁ ଏକ ଗର୍ବର ସମୟ।  ଲ୍ୟାଣ୍ଡ ରୋଭରର ଡିସକଭରି ଏବଂ ରେଞ୍ଜ ରୋଭର ଉତ୍ପାଦ ଭାରତରେ ଉପଲବ୍ଧ ହେଉଛି। ନୂଆ ଡିଫେଣ୍ଡର ବେଶ୍ ସଫଳ ହେବ ବୋଲି ଆଶା ଓ ବିଶ୍ୱାସ। ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ। ଏହି ମଡେଲ ଗ୍ରାହକମାନଙ୍କୁ ଏକ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବିଶ୍ୱାସଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହେବ”, କହିଛନ୍ତି ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆ ଲିମିଟେଡର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୯.୯୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୮.୬୭ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୩.୩୦ ଲକ୍ଷ ଟଙ୍କା ଏବଂ ଡିସକଭର ମୂଲ୍ୟ ୭୫.୬୯ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୮.୨୪ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୯୬.୮୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Comment