ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ପ୍ରଥମଥର ପାଇଁ ଅଲ୍‌ ଇଲେକ୍ଟ୍ରିକ ଏସୟୁଭି ଜାଗୁଆର ଆଇ-ପେସ୍  ମାର୍ଚ୍ଚ ୨୩ରେ ଭାରତୀୟ ବଜାରରେ ପ୍ରବେଶ କରିବ। ଏହାକୁ ଦୃଷ୍ଟିରେ ରଖି ଦେଶରେ ରିଟେଲ ନେଟ୍‌ୱାର୍କକୁ ପ୍ରସ୍ତୁତ କରାଯାଇଛି। ସମଗ୍ର ଦେଶର ୧୯ଟି ସହରରେ ୨୨ଟି ରିଟେଲ ଆଉଟଲେଟ୍ ସ୍ଥାପନ କରାଯାଇଛି।

ଜାଗୁଆର ଆଇ-ପେସ୍ ଗ୍ରାହକ ଟାଟା ପାୱାରର ଇଜେଡ୍ ଚାର୍ଜ ନେଟ୍‌ୱାର୍କ ମାଧ୍ୟମରେ ଦେଶରେ ଥିବା ୨୦୦ରୁ ଅଧିକ ଚାର୍ଜିଂ ପଏଣ୍ଟରେ ଚାର୍ଜ କରିବାକୁ ସୁବିଧା ପାଇପାରିବେ। ବର୍ତ୍ତମାନ ଭାରତରେ ୩୫ରୁ ଅଧିକ ଇଭି ଚାର୍ଜର ବିଭିନ୍ନ ରିଟେଲ କେନ୍ଦ୍ରମାନଙ୍କରେ ସ୍ଥାପନ କରାଯାଇଛି। ଗ୍ରାହକ କିପରି ସହଜରେ ଚାର୍ଜି ସୁବିଧା ପାଇପାରିବେ ସେଥିପାଇଁ, ସମସ୍ତ ମଲ, ରେଷ୍ଟୁରାଣ୍ଟ, ଅଫିସ, ଆବାସିକ କମ୍ପେ୍ଲକ୍ସ ଓ ଅଫିସରେ ସୁବିଧା ଯୋଗାଇ ଦିଆଯାଇଛି। ଆଇ-ପେସ୍ ର ବଜାର ପ୍ରବେଶ ପୂର୍ବରୁ ମେଟ୍ରୋ ସହର ଓ ଅର୍ବାନ ଅଞ୍ଚଳରେ ରିଟେଲର ଚାଜିଂ ସୁବିଧାକୁ ସୁଦୃଢ଼ କରାଯାଇଛି । ଘରେ କିପରି ଚାର୍ଜିଂ ସୁବିଧା ପାଇପାରିବେ, ସେନେଇ ସୁବିଧା ଆଗକୁ କରାଯିବାର ଯୋଜନା ମଧ୍ୟ ରହିଛି। ଘରେ ଚାର୍ଜିଂ କେବୁଲ ସହାୟତାରେ ୭.୪ କିଲୋୱାଟ୍ ଏସି ୱାଲ ମାଉଟେଂଡ୍ ଚାର୍ଜର ପ୍ରସ୍ତୁତ କରାଯିବ।

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୫୫.୬୭ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୬.୦୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଏଫ୍‌-ଟାଇପ୍‌ର ମୂଲ୍ୟ ୯୫.୧୨ ଲକ୍ଷ ଟଙ୍କାରୁ ଆରମ୍ଭ।

ଜାଗୁଆର ଆଇ-ପେସ୍‌ର ବୁକିଂ ଆରମ୍ଭ ହୋଇଯାଇଛି। ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଭାରତର ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବାଙ୍ଗାଲୁରୁରେ ୩ଟି ସ୍ଥାନରେ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀରେ ୨ଟି ସ୍ଥାନରେ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇରେ ୨ଟି, ନୋଏଡା, ପୁଣେ, ରାୟପୁର, ବିଜୟୱାଡା, ସୁରଟ ଆଦି ୨୪ଟି ସ୍ଥାନର ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି।

Comment