ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର୍ ଇଣ୍ଡିଆ ପକ୍ଷରୁ ରେଞ୍ଜ୍ ରୋଭର୍ ସ୍ପୋର୍ଟ ଏସ୍‌ଭିଆର୍‌ର ବଜାର ପ୍ରବେଶ ହୋଇଛି। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଫିଚର ରହିଛି। ମାତ୍ର ୪.୫ ସେକେଣ୍ଡରେ ଏହା ଜିରୋରୁ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ ହେବ। ଭାରତ ବଜାରରେ ଏହାର ମୂଲ୍ୟ ୨୧୯.୦୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ଏହାର ବଜାର ପ୍ରବେଶ ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର୍ ଇଣ୍ଡିଆ ଲିମିଟେଡର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, ଜାଗୁଆର ରେଞ୍ଜ୍ ରୋଭର ସ୍ପୋର୍ଟ ଏସ୍‌ଭିଆର୍‌ର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ। ଏହି ଗାଡ଼ିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଫିଚର ରହିଛି। ଏହା ଏକ ମଲ୍ଟି ଫିଚର ଗାଡ଼ି। ତେଣୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହେବ ବୋଲି ଆଶା। ଜାଗୁଆର ରେଞ୍ଜ୍ ରୋଭର ସ୍ପୋର୍ଟ ଏସ୍‌ଭିଆର୍‌ର ସୁପରିୟର ପ୍ରଦର୍ଶନ କ୍ଷମତା ଅତି ଉଚ୍ଚକୋଟିର ଅଟେ। ଏହାର ନିର୍ମାଣରେ ଆଲୁମିନିୟମ୍ ଆର୍କିଟେକଚରର ଉପଯୋଗ କରାଯାଇଛି, ଫଳରେ ଏହା ସୁଦୃଢ଼ ହେବା ସହିତ ଏହାର ଓଜନ ମଧ୍ୟ କମ୍ ରହିଛି।

ଏଥିରେ ୮୨୫ ୱାଟ୍ ୧୯-ସ୍ପିକର ମେରିଡିଆନ୍ ସରାଉଣ୍ଡ୍ ସାଉଣ୍ଡ ସିଷ୍ଟମ୍, ଡୁଆଲ୍ ଚ୍ୟାନେଲ୍ ସବ୍ଉଫର ଏବଂ ଟେରିଫିଲ୍‌ଡ ଟେକ୍ନୋଲୋଜି ରହିଛି। ସେହିପରି ଏଥିରେ ବ୍ରେକ୍ କୁଲିଂ ଟେକ୍ନୋଲୋଜି ରହିଛି। ଫଳରେ ଉଚ୍ଚ ତାପମାତ୍ରାରେ ମଧ୍ୟ ଏହାର ବ୍ରେକିଂ ସିଷ୍ଟମ୍ ଭଲଭାବେ କାର୍ଯ୍ୟ କରିଥାଏ।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ୨୦-ଏମ୍ୱାଇ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୯.୦୪ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଡିସକଭର ସ୍ପୋର୍ଟସର ମୂଲ୍ୟ ୬୫.୩୦ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ନିୟୁ ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୯.୮୭ ଲକ୍ଷ ଟଙ୍କା, ଡିଫେଣ୍ଡର-୧୧୦ର ମୂଲ୍ୟ ୮୩.୩୮ ଲକ୍ଷ ଟଙ୍କା, ରେଞ୍ଜ ରୋଭର ସ୍ପୋର୍ଟସ ମୂଲ୍ୟ ୯୧.୨୭ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭରର ମୂଲ୍ୟ ୨୧୦.୮୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଦେଶର ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି। ଏହି ଆଉଟଲେଟଗୁଡ଼ିକ ହେଲା ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଳୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନୋଏଡା, ପୁନେ, ରାୟପୁର, ବିଜୟୱାଡା, ସୁରଟ।

Comment