ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତ ବଜାରରେ ଏହାର ଅଲ୍-ଇଲେକ୍ଟ୍ରିକ୍ ଏସ୍‌ୟୁଭି ଆଇ-ପେସ୍‌ର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କାର୍‌ରେ ୯୦ କେଡବ୍ଲ୍ୟୁଏଚ୍ ଲିଥିୟମ୍-ଆୟନ ବ୍ୟାଟେରି ରହିଛି। ଯେଉଁଥିରେ ଦୁଇଟି ଇଲେକ୍ଟ୍ରିକ୍ ମୋଟର ଦ୍ୱାରା ୪୦୦ ପିଏସ୍ ଶକ୍ତି ସୃଷ୍ଟି ହୋଇଥାଏ। ଏହି ବ୍ୟାଟରି ଉପରେ ୮ ବର୍ଷ  କିମ୍ବା ୧ ଲକ୍ଷ ୬୦ ହଜାର କିଲୋମିଟରର ୱାରେଣ୍ଟି ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଆଇ-ପେସ୍ ମାତ୍ର ୪.୮ସେକେଣ୍ଡରେ ୦-୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିବାକୁ ସକ୍ଷମ ରହିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଆଇ-ପେସ୍ ଭାରତରେ ଏସ୍, ଏସ୍ଇ ଏବଂ ଏଚ୍ଏସ୍ଇ ଭ୍ୟାରିଆଣ୍ଟ୍‌ରେ ଉପଲବ୍ଧ ହେବ। ଏହି ଏସ୍‌ୟୁଭି ଉପରେ ୫ବର୍ଷର କମ୍ପ୍ଲିମେଣ୍ଟାରୀ ସର୍ଭିସ୍ ପ୍ୟାକେଜ୍, ୫ ବର୍ଷର ଜାଗୁଆର ରୋଡ୍ ସାଇଡ୍ ସହାୟତା ଯୋଗାଇଦିଆଯିବ। ଏହା ସହିତ ୭.୪ କେଡବ୍ଲ୍ୟୁ ଏସି ୱାଲ ମାଉଣ୍ଟେଡ୍ ଚାର୍ଜର ଗ୍ରାହକଙ୍କୁ ଉପଲବ୍ଧ କରାଯିବ। ଗ୍ରାହକମାନଙ୍କୁ ‘ଇଜେଡ୍ ଚାର୍ଜ’ ଇଭି ଚାର୍ଜିଂ ନେଟ୍‌ଓ୍ଵାର୍କ ଇନଷ୍ଟଲ ସୁବିଧା ଟାଟା ପାୱାର ଦ୍ୱାରା ଯୋଗାଇ ଦିଆଯିବ। ଟାଟା ପାୱାରର ଦେଶରେ ୨୩ରୁ ଅଧିକ ସହରରେ ମଲ୍, ରେଷ୍ଟୁରାଣ୍ଟ, ଅଫିସ୍, ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ୍ ଏବଂ ଜାତୀୟ ରାଜପଥ ଆଦି ୨୦୦ରୁ ଅଧିକ ଚାର୍ଜିଂ ପଏଣ୍ଟ ରହିଛି।

ଆଇ-ପେସ୍ ଏସ୍‌ୟୁଭିର ଡେଲିଭରି ୨୦୨୧ ମାର୍ଚ୍ଚଠାରୁ ହେବାର ସମ୍ଭାବନା ରହିଥିବା କମ୍ପାନି ପକ୍ଷରୁସୂଚନା ଦିଆଯାଇଛି। ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୫୫.୬୬ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍-ପେସ୍‌ର ମୂଲ୍ୟ ୬୬.୦୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଏଫ୍-ଟାଇପ୍ ମୂଲ୍ୟ ୯୫.୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଭାରତର ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଳୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନୋଏଡା, ପୁଣେ, ରାୟପୁର, ବିଜୟୱାଡା ଏବଂ ସୁରାଟ ଆଦି ୨୪ଟି ସହରର ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି।

Comment