ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ଜାଗୁଆର ନୂଆ ଏଫ୍-ପେସ୍‌ର ବଜାର ପ୍ରବେଶ ହୋଇଛି। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଫିଚର ରହିଥିବା ବେଳେ ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ଭ୍ୟାରିଆଣ୍ଟରେ ଏହା ବଜାରକୁ ଆସିଛି। ଏହାର ମୂଲ୍ୟ ୬୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ଏଥିରେ ଡେଭେଲପ୍ କନେକ୍ଟଭିଟି ସହ ନୂଆ ଡିଜାଇନିଂ ରହିଛି। ଏଥିରେ ସୁପର ସ୍ଲିମ୍ ଅଲ୍-ଏଲଇଡି ହେଡ୍ ଲାଇଟ୍, ଗ୍ରିଲ୍, ରିୟର ଲାଉଟ୍ ଆଦି ଫିଚର ମଧ୍ୟ ରହିଛି।

ଜାଗୁଆର ନୂଆ ଏଫ୍-ପେସ୍‌ର ବଜାର ପ୍ରବେଶ ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିମିଟେଡର ସଭାପତି  ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, ଜାଗୁଆର ଲ୍ୟାଣ୍ଡ ରୋଭରର ନୂଆ ଏଫ୍-ପେସ୍‌ର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ। ଏହାର ପେଟ୍ରୋଲ ଏବଂ ଡିଜେଲ୍ ଭ୍ୟାରିଆଣ୍ଟର ବଜାର ପ୍ରବେଶ କରାଯାଇଛି। ଏହା ଏକ ମଲ୍ଟି ଫିଚର ଗାଡ଼ି। ଏଥିରେ ସୁପରିଅର କନେକ୍ଟିଭିଟିକୁ ସାମିଲ କରାଯାଇଛି। ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ।

ଏହାର ବାହାର ଡିଜାଇନିଂରେ ନୂଆ ସ୍କଲପ୍‌ଟେଡ୍ ବନେଟ୍, ୱାଇହର ବୁଲ୍‌ଗେ, ଡବଲ୍ ଜେ ଡେ ଟାଇମ୍ ରନିଂ ଲାଇଟ୍ ଆଦି ରହିଛି। ସେହିପରି ଏହାର ଭିତର ଡିଜାଇନିଂରେ ସ୍ପୋର୍ଟି ଏବଂ ଲକ୍ସରି ଫିଚର ରହିଛି। ଏଥିସହ ନୂଆ କକ୍‌ପିଟ୍ ଡିଜାଇନିଂ ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲ୍, ୱେରଲେସ୍ ଡିଭାଇସ୍ ଚାର୍ଜିଂ ସୁବିଧା, ଅପର ଡୋର ଇସାର୍ଟ, ଫୁଲ୍ ୱାଇଡଥ୍ ପିଆନୋ ଲିଡ୍, ନୂଆ ଡୋର ସିଜିଂ, ୩୬୦ ଡିଗ୍ରୀ ଗ୍ରାବ୍ ହ୍ୟାଣ୍ଡେଲ୍ ଆଦି ଫିଚର ମଧ୍ୟ ରହିଛି।ଏଥିରେ ଲାଟେଷ୍ଟ୍ ପିଭି ପ୍ରୋ ଇଫୋଟେନମେଣ୍ଟ୍ ଜ୍ଞାନକୌଶଳ ରହିଛି। ଏହା ଉପରେ ଅଲ୍ ନିୟୁ ୨୮.୯୫ ସେମି କର୍ଭଡ୍ ଗ୍ଲାସ୍ ଏଚ୍‌ଡି ଟଚ୍ ସ୍କ୍ରିନ୍ ରହିଛି। ଏହା ସହିତ କ୍ୟାବିନ୍ ଏୟାର ଆୟୋନାଇଜେସନ ନାନୋ ଟେକ୍ନୋଲୋଜି ବୈଶିଷ୍ଟ୍ୟ ମଧ୍ୟ ରହିଛି। ଏହା ସହିତ ଥ୍ରୀ-ଡି ସରାଉଣ୍ଡ କ୍ୟାମେରା, ମେରିଡିଆନ୍ ଅଡିଓ ସିଷ୍ଟମ୍, ସ୍ମାର୍ଟଫୋନ୍ ପ୍ୟାକ୍, ରିମୋଟ୍ ଆଦି ସୁବିଧା ରହିଛି।

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୫୫.୬୭ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଆଇ-ପେସ୍‌ର ମୂଲ୍ୟ ୧ କୋଟି ୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଦେଶର ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି। ଏହି ଆଉଟଲେଟଗୁଡ଼ିକ  ହେଲା ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଳୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନୋଏଡା, ପୁଣେ, ରାୟପୁର, ବିଜୟୱାଡା, ସୁରଟ।

Comment