ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ ଉପକୂଳରେ ଏକ ଜାହାଜରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜୀବନ ବଞ୍ଚାଇବା ପାଇଁ ଜାହାଜରେ ଥିବା ୨୯ ଜଣ କର୍ମଚାରୀ ପାଣି ଭିତରକୁ ଡେଇଁ ପଡ଼ିଥିଲେ।

ସେମାନଙ୍କ ଭିତରୁ ୨୮ ଜଣ କର୍ମଚାରୀଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିଲା ବେଳେ ଜଣେ କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୋମବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କୋଷ୍ଟାଲ ଜାଗୁଆର ନାମକ ଏକ ଜାହାଜରେ ନିଆଁ ଲାଗି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ପାଣିକୁ ଡେଇଁ ପଡ଼ିଥିଲେ। ଜାହାଜରେ ନିଆଁ ଲାଗିବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ମଧ୍ୟ ହୋଇଥିଲା। ଜାହାଜରେ କୌଣସି ତ୍ରୁଟି ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସେପଟେ ପାଣିରୁ ଉଦ୍ଧାର ହୋଇଥିବା କର୍ମଚାରୀଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

LEAVE A REPLY

Please enter your comment!
Please enter your name here