ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗୋଲବେଡ଼ା ପଞ୍ଚାୟତ ନିକଟ କେସେଲା ଘାଟିରୁ ଏକ ବାଇକ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ମୋକୁଆ ଥାନା ଅନ୍ତର୍ଗତ ଆନସାବାଦ୍ରା ଗାଁର ଜାମିବାଲା ରାଜୁ, ମୋରିସ ଶିବା ଏବଂ ମାରି ଜୟରାଜୁ।

ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ବୁଧବାର ଦିନ ଏମାନେ କୌଣସି କାମରେ କୋରାପୁଟ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୋକୁଆ ଥାନା ପୋଲିସ ସହ ଯୋଗାଯୋଗ କରି ମୃତଦେହ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ପୋଲିସ ପକ୍ଷରୁ କୁହାଯାଇଛି।

Tags: #Koraput #accident #death #Andhrapradesh

LEAVE A REPLY

Please enter your comment!
Please enter your name here