ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ପ୍ରଥମ ଅଲ୍-ଇଲେକ୍ଟ୍ରିକ୍ ଏସ୍ୟୁଭି ଜାଗୁଆର ଆଇ-ପେସ୍ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହାର ମୂଲ୍ୟ ୧୦୫.୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ମାତ୍ର ୪.୮ ସେକେଣ୍ଡରେ ଏହା ଶୂନରୁ ୧୦୦  କିଲୋମିଟର ବେଗରେ ଗତି କରିପାରିବ। ଗ୍ରାହକମାନଙ୍କୁ ଏହି ଗାଡ଼ିଟି ଗ୍ରାହକମାନଙ୍କୁ ଏକ ନୂତନ ଅଭିଜ୍ଞତା ଯୋଗାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ବଜାର ପ୍ରବେଶ ପୂର୍ବରୁ ଜାଗୁଆର ଆଇ-ପେସ୍ ୮୦ରୁ ଅଧିକ ବିଶ୍ୱସ୍ତରୀୟ ପୁରସ୍କାର ହାସଲ କରି ସାରିଛି। ୨୦୧୯ରେ ଏହା ୱାର୍ଲ୍ଡ କାର ଅଫ୍ ଦ ଇୟର, ୱାର୍ଲ୍ଡ କାର ଡିଜାଇନିଂ ଅଫ୍ ଦ ଇୟର ଏବଂ ୱାର୍ଲ୍ଡ ଗ୍ରୀନ୍ କାର୍ ଭଳି ସମ୍ମାନଜନକ ପୁରସ୍କାର ଲାଭ କରିଛି।

ଜାଗୁଆର ଆଇ-ପେସ୍‌ର ବଜାର ପ୍ରବେଶ ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିମିଟେଡ୍‌ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି, “ଭାରତରେ ପ୍ରଥମ କମ୍ପାନିଭାବେ ଆମେ ଇଲେକ୍‌ଟ୍ରିକ୍ ଏସ୍ୟୁଭିର ବଜାର ପ୍ରବେଶ କରିଛୁ। ଏହିଠାରୁ ଆମର ଇଲେକ୍ଟ୍ରିକ୍ ଯାନର ଯାତ୍ରା ଆରମ୍ଭ ହୋଇଛି। ଏହି ଯାନ ଗ୍ରାହକମାନଙ୍କୁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ।”

ଦେଶର ୧୯ଟି ସହରରେ ୨୨ଟି ରିଟେଲ ଆଉଟ୍‌ଲେଟ୍ ସ୍ଥାପନା କରାଯାଇଛି। ଏପର୍ଯ୍ୟନ୍ତ ୩୫ରୁ ଅଧିକ ଇଭି ଚାର୍ଜର ଭାରତବ୍ୟାପୀ ବିଭିନ୍ନ ରିଟେଲ କେନ୍ଦ୍ରରେ ସ୍ଥାପନ କରାଯାଇଛି। ଅଧିକ ଚାର୍ଜର ସ୍ଥାପନ କାର୍ଯ୍ୟ ଜାରି ରହିଛି। ୭.୪ କିଲୋୱାଟ୍ ଏସି ଚାର୍ଜର ଏବଂ ୨୫ କିଲୋୱାଟ୍ ଡିସି ଫାଷ୍ଟ ଚାର୍ଜରକୁ ଅନ୍ତର୍ଭୁକ୍ତ କରାଯାଇଛି। ଆଇ-ପେସ୍‌ର ବଜାର ପ୍ରବେଶ ପୂର୍ବରୁ ରିଟେଲର ଚାର୍ଜିଂ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ସେହିପରି ରିଟେଲର ଷ୍ଟାଫମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି।

ଜାଗୁଆର ଆଇ-ପେସ୍ ଗ୍ରାହକମାନେ ଟାଟା ପାୱାର ଲିମିଟେଡ୍‌ର ଇଜେଡ୍ ଚାର୍ଜ ନେଟୱାର୍କ ମାଧ୍ୟମରେ ଦେଶରେ ଥିବା ୨୦୦ରୁ ଅଧିକ ଚାର୍ଜିଂ ପଏଣ୍ଟରେ ଚାର୍ଜ କରିବାକୁ ସୁବିଧା ହାସଲ କରିପାରିବେ। ଏହା ସହିତ ଘରେ ଚାର୍ଜିଂ ସମାଧାନ ମଧ୍ୟ ଯୋଗାଇ ଦିଆଯିବାର ଯୋଜନା ରହିଛି। ଘରେ ଚାର୍ଜିଂ କେବୁଲ ସହାୟତାରେ ୭.୪ କିଲୋୱାଟ୍ ଏସି ୱାଲ ମାଉଣ୍ଟେଡ୍ ଚାର୍ଜର ସ୍ଥାପନ କରାଯାଇ ପାରିବ।

ଜାଗୁଆର ଆଇ-ପେସ୍ ପକ୍ଷରୁ ୫ ବର୍ଷର ସର୍ଭିସ୍ ପ୍ୟାକେଜ୍ ଏବଂ ରାସ୍ତାପାର୍ଶ୍ଵ ସହାୟତା, ୮ବର୍ଷର କିମ୍ବା ୧୬୦,୦୦୦ କିଲୋମିଟରର ବ୍ୟାଟେରୀ ୱାରେଣ୍ଟି ସହିତ ୭.୪ କିଲୋୱାଟ୍ ଏସି ୱାଲ ମାଉଣ୍ଟେଡ୍ ଚାର୍ଜର ଉପଲବ୍ଧ କରାଯାଉଛି।

ଜାଗୁଆର ଆଇ-ପେସ୍‌ର ଡିଜାଇନିଂକୁ ବେଶ୍ ବିକାଶିତ କରାଯାଇଛି। ଏଥିରେ ପିଭି ପ୍ରୋ ଇନଫୋଟେନମେଣ୍ଟ୍ ସିଷ୍ଟମ୍ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଭିତରପଟ ବେଶ୍ ବିଳାସପୂର୍ଣ୍ଣ ଏବଂ ଏଥିରେ ୫ ସିଟର କ୍ୟାବିନ୍ ରହିଛି।

ସେହିପରି ଏଥିରେ ୩୧.୨୪ ସେମି ଏଚ୍‌ଡି ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଫିଚର ରହିଛି। ଏଥିରେ ୱେରଲେସ୍ ଡିଭାଇସ୍ ଚାର୍ଜିଂ ପ୍ୟାଡ୍ ମଧ୍ୟ ରହିଛି। ସେହିପରି ସ୍ମାର୍ଟଫୋନ୍ ପ୍ୟାକ୍‌ରେ ଆପଲ କାର୍ ପ୍ଲେ ଏବଂ ଆଣ୍ଡ୍ରୋଏଡ୍ ଅଟୋ ସହିତ ବ୍ଲୁ-ଟୁଥ୍ ଜ୍ଞାନକୌଶଳ ମଧ୍ୟ ରହିଛି।

ଏଥିରେ ଥିବା କ୍ଲିୟର ସାଇଟ୍ ରିୟର ଭିୟୁ ମିରର ଭିଜନ ଶୈଳୀକୁ ବିକଶିତ କରିବାକୁ ସକ୍ଷମ ହେବ। ଏଥିରେ ୱାଇଡ୍ ଆଙ୍ଗେଲ୍ ରିୟର ଫେିସଂ କ୍ୟାମେରା ରହିଛି।

ଏଥିରେ ସଫ୍ଟୱେର ଓଭର ଦ ଏୟାର(ସୋଟା) ଫଙ୍କସନ୍ ରହିଛି। ଏହା ମାଧ୍ୟମରେ ଇନଫୋଟେନମେଣ୍ଟ୍, ବ୍ୟାଟେରୀ ମ୍ୟାନେଜମେଣ୍ଟ୍ ଏବଂ ଚାର୍ଜିଂ ଆଦି ହୋଇପାରିବ। ବିଲ୍‌ଟ ଇନ୍ ଡାଟା କନେକସନ୍ ଦ୍ୱାରା ଲାଟେଷ୍ଟ ସଫ୍ଟୱେର ଅଟୋମେଟିକ ଡାଉନଲୋଡ୍ ହୋଇପାରିବ।

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୫୫.୬୭ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍-ପେସ୍‌ର ମୂଲ୍ୟ ୬୬.୦୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଏଫ୍-ଟାଇପ୍‌ର ମୂଲ୍ୟ ୯୫.୧୨ ଲକ୍ଷ  ଟଙ୍କାରୁ ଆରମ୍ଭ ହେଉଛି।

ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ୨୪ଟି ରାଜ୍ୟର ମୋଟ୍ ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି। ସେସବୁ ଆଉଟଲେଟଗୁଡ଼ିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଳୁରୁରେ ୩ଟି, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇରେ ୨ଟି, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇରେ ୨ଟି, ନୋଏଡା, ପୁଣେ, ରାୟପୁର, ବିଜୟୱାଡା, ସୁରଟ ଆଦି ସହରରେ ରହିଛି।

Comment