ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଜାରକୁ ଆସୁଛି ନୂଆ ଡିଫେଣ୍ଡର କାର୍
  • ଅକ୍ଟୋବର ୧୫ରେ ଭାରତରେ ହେବ ଲଞ୍ଚ
  • ସନ୍ଧ୍ୟା ୭.୩୦ରୁ ଗ୍ରାହକ କରିପାରିବେ ବୁକିଂ

ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ଲଞ୍ଚ ହେବାକୁ ଯାଉଛି ନୂଆ ଡିଫେଣ୍ଡର କାର୍। ଅକ୍ଟୋବର ୧୫ ସନ୍ଧ୍ୟା ୭ଟା ୩୦ରୁ ଏହାର ବୁକିଂ ଆରମ୍ଭ ହେବ। ଏକ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବଜାର ପ୍ରବେଶ କରାଯିବ। ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

“ନୂଆ ଡିଫେଣ୍ଡରର ବଜାର ପ୍ରବେଶ ଲ୍ୟାଣ୍ଡରୋଭର ପାଇଁ ଏକ ଗର୍ବର ସମୟ। ୨୦୦୯ରେ ପ୍ରଥମେ ଡିଫେଣ୍ଡର ବଜାରରେ ଉପଲବ୍ଧ ହୋଇଥିଲା। ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ ସାବ୍ୟସ୍ତ ହେବ। ବିଶ୍ୱବ୍ୟାପି ଏହା ଏକ ବିଶେଷ ସମୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତରେ ଏହାର ବଜାର ପ୍ରବେଶ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଉଛି। ଏହା ବେଶ୍ ସଫଳ ହେବ ବୋଲି ଆଶା ଓ ବିଶ୍ୱାସ। ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ। ଏହି ମଡେଲ ଗ୍ରାହକମାନଙ୍କୁ ଏକ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବିଶ୍ୱାସଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହେବ”, କହିଛନ୍ତି ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆ ଲିମିଟେଡର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି।ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୯.୯୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୮.୬୭ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି  ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୩.୩୦ ଲକ୍ଷ ଟଙ୍କା ଏବଂ ଡିସକଭର ମୂଲ୍ୟ ୭୫.୫୯ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।  ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୭.୦୨ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୯୬.୭୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଭାରତର ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇ,  ନୋଏଡା, ପୁନେ, ରାଏପୁର, ବିଜୟୱାଡା, ସୁରାଟ ଆଦି ୨୪ଟି ସହରର ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି।

Comment