ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ଜଗତପୁର ଖଇରପୋଲ ନିକଟରେ ସିରିଜ ଦୁର୍ଘଟଣା ଘଟିଛି ଦୁଇଟି ବାଇକ ୫ଟି କାର ଉପକୁ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣ ଗୁରୁତର ହୋଇଛନ୍ତି ମୃତ ବ୍ୟକ୍ତି ହେଲେ ସୁବାସ ସାହୁ

ଶନିବାର ସନ୍ଧ୍ୟାରେ ଜାତୀୟ ରାଜପଥର ଜନ ଗହଳି ଥିବାବେଳେ ସାଲେପୁର ପାର୍ଶ୍ଵରୁ କଟକ ଆଡ଼କୁ ଆସୁଥିବା ଟ୍ରକଟି ଲୋକଙ୍କ ଉପରକୁ ମାଡ଼ିଆସିଥିଲା। ଫଳରେ ଅନେକ ଆହତ ହୋଇଥିବା ବେଳେ ଜଣ ଗୁରୁତର ହୋଇଥିଲେ ସମସ୍ତ ଗୁରୁତରଙ୍କୁ  ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା

ସୁବାସ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଅନ୍ୟ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ ପୁଲିସ ଦୁର୍ଘଟଣାଗ୍ରସ୍ତ ଯାନବାହନଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ଏହି ଦୁର୍ଘଟଣା ପରେ ସାମୟିକ ସମୟ ପାଇଁ ଯାତାୟତ ପ୍ରଭାବିତ ହୋଇଥିବା ଜଣାଯାଇଛି

Tags: #Cuttack #RoadAccident #Car #Bike #Truck #1Dead #6Injured

Comment