ଓଡ଼ିଶାଲାଇଭ୍ ବ୍ୟୁରୋ

MY 21 Range Rover Sport

ବଜାରକୁ ଆସିଲା ନୂଆ ରେଞ୍ଜ ରୋଭର ଓ ନୂଆ ରେଞ୍ଜ ରୋଭର ସ୍ପୋର୍ଟସ୍ ଗାଡ଼ି। ଉଭୟ ମଡେଲର ସଫଳତାକୁ ନଇ ବେଶ୍ ଆଶାବାଦୀ ଅଛନ୍ତି ଲ୍ୟାଣ୍ଡରୋଭରର ମୁଖ୍ୟ କ୍ରିଏଟିଭ୍ ଅଫିସର ପ୍ରଫେସର ଗ୍ୟାରୀ ମ୍ୟାକଗୋଭର୍ନ।

CGU new

ଗ୍ୟାରୀଙ୍କ କହିବା ଅନୂଯାୟୀ ଦୁଇଟିଯାକ ମଡେଲର ଜିଡାଇନ ଏବଂ ଏଥିରେ ଉପଲବ୍ଧ ସୁବିଧାକୁ ଗ୍ରାହକ ଅତିଶୀଘ୍ର ପସନ୍ଦ କରିବେ। ରେଞ୍ଜ ରୋଭର ସ୍ପୋର୍ଟସର ଏଚଏସଇ ସିଲଭର ଲାଇନଂ, ଏଏସଇ ଡାଇନାମିକ୍ ବ୍ଲାକ୍, ଏସଭିଆର କାର୍ବନ, ଟୁରମାଲିନ ବ୍ରାଉନ, ଅମିଥିଷ୍ଟ ଗ୍ରେ ପର୍ପଲ ଆଦି ୮ଟି ଏଡିଶନ୍ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିବ।

MY 21 - Range Rover - SVAutobiography Dynamic Black

ଏହା ବ୍ୟତୀତ ଏହି ମଡେଲରେ ଏୟାର ଆୟୋନାଇଜେସନର ସୁବିଧା ରହିଛି ଯାହା ପ୍ରଦୂଷିତ ବାୟୁକୁ ବାହାର କରିଥାଏ। ଏଥିରେ ଥିବା କ୍ୟାମେରା ପଛରୁ ଆସୁଥିବା ଯାନବାହନର ସ୍ଥିତି ବିଷୟରେ ଅବଗତ କରାଇବ। ଏହା ସହ ଏଥିରେ ଥିବା ଟେରାନ୍ ରେସପନ୍ସ-୨ ଦ୍ୱାରା ରାସ୍ତାର ସ୍ଥିତି ମଧ୍ୟ ଜାଣିହେବ ଯାହା ଅଟୋମେଟିକ ଟର୍କ ଡେଲିଭରିରେ ସାହାଯ୍ୟ କରିବ। ଏମିତି ଅନେକ ନୂଆ ଫିଚର ସହ ଲଞ୍ଚ୍ ହୋଇଥିବା ନୂଆ ରେଞ୍ଜ ରୋଭର ଓ ନୂଆ ରେଞ୍ଜ ରୋଭର ସ୍ପୋର୍ଟସର ମାର୍କେଟରେ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି।

Comment